ରାଜଧାନୀରେ ନୂଆଖାଇ ଭେଟଘାଟ: ମା ସମଲେଶ୍ବରୀଙ୍କୁ ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ, କହିଲେ ମାଟିର ସନ୍ତାନ ଭାବେ ଗର୍ବିତ

Published By : Prameya-News7 Bureau | December 09, 2018 IST

ଭୁବନେଶ୍ବର ୯|୧୨: ରାଜଧାନୀରେ ଆୟୋଜିତ ନୁଆଖାଇ ଭେଟଘାଟ ମଞ୍ଚରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଆଉ ଜଣାଇଲେ ମା ସମଲେସ୍ବରିଙ୍କୁ ଜୁହାର । ଦିର୍ଘ ବ​‌ର୍ଷ ଧରି ଟ୍ବିନ ସିଟିରେ ବାସ କରୁଥିବା  ପଶ୍ଚିମ ଓଡିଶା ବାସିଙ୍କୁ ନେଇ ଅନୁଷ୍ଠିତହୋଇଆସୁଛି ନୂଆଖାଇ ଭେଟଘାଟ । ଯେଉଁଥିରେ ପଶ୍ଚିମ ଓଡିଶାର ପାରଂପରିକ ରୀତି ନୀତି ସହ ସାଂସ୍କୃତିକକାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳୁଛି । 

{"id":62422}

ନୂଆଖାଇ ଭେଟଘାଟକୁ ନେଇ ଦୁଲୁକିଲା ରାଜଧାନୀ । ଢୋଲ, ମାଦଳର ତାଳରେ ପାରଂପରିକ ସମ୍ବଲପୁରୀନାଚ ଗୀତ  ସାଙ୍ଗକୁ ମଜାଦାର ସମ୍ବଲପୁରୀ ଚୁଟକୁଲାରେ କଂପିଲା ମଂଚ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି ମୁଖ୍ୟ ଅତିଥି ଭାବେ। ଏଥିସହ କରିଛନ୍ତି ମା ସମଲେଶ୍ବରୀଙ୍କୁ ଜୁହାର । ପଶ୍ଚମି ଓଡିଶା ଅଗ୍ରଣୀ ସଂଗଠନ ପକ୍ଷରୁ ୟୁନିଟ୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଛି ନୁଆଖାଇ ଭେଟଘାଟ ୨୦୧୮ । ଏଥିରେ  ମୁଖ୍ୟମନ୍ତ୍ରୀ ଯୋଗଦେବା ସହ  ଏହି ପର୍ବରେ ବଡ ମାନଙ୍କୁ ସମ୍ମାନ ଓ ସମସ୍ତଙ୍କୁ ଏକାଠିନେଇ କାମ କରିବା ସିଖାଇବା ସହ  ଏହା ଆମ ସଂସ୍କୃତିରଏକ ମହାନ ପର୍ବ ବୋଲି କହିଛନ୍ତି । ଏଥିସହ ସମ୍ବଲପୁରୀ ଶାଢୀ ବିଶ୍ବ ପ୍ରସିଦ୍ଦ ହୋଇଥିବା ସହ ଏହିଭୂମିର ସନ୍ତାନ ଭାବେ ସେ ଗର୍ବିତ ବୋଲି କହିଛନ୍ତି । 

{"id":62423}

ଏହି ଉତ୍ସବରେ ଯୋଗଦେଇଥିଲେ ଭୁବନେଶ୍ବର ଓ କଟକ ରେ ବସବାସ କରୁଥିବା ପଶ୍ଚିମ ଓଡିଶା ବାସୀ। ଏହି କାର୍ଯ୍ୟକ୍ରମ କେବଳ ନିଜ ନିଜ ଭିତରେ ସମ୍ପର୍କକୁ ଦୃଢ କରୁଛି ତା ନୁହେଁ ଏଥିସହ ପଶ୍ଚମି ଓଡିଶାରରୀତିନୀତିକୁ ନେଇ ସମସ୍ତଙ୍କ  ମଧ୍ୟରେ ଏକ  ବାର୍ତା ମଧ୍ୟ ଦେଉଛି । ଏଥିସହ ଏକାଠି ମିଶି ନୂଆ ଚାଉଳପୁଜା କରି ଖାଇବା  ସହ ନାଚ ଗୀତର ମଜା ନଇଛନ୍ତି ପଶ୍ଚିମଓଡିଶା ବାସି । 

{"id":62424}

ଏ ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିବା ବେଳେ  ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା  ବ୍ୟକ୍ତିମାନଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.