ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାବାସୀଙ୍କୁ ଭେଟି ଦେବେ ୪ହଜାର କୋଟି ଟଙ୍କାର ପ୍ରକଳ୍ପ

Published By : Prameya-News7 Bureau | March 10, 2021 IST

ନୂଆପଡା ୧୦।୩: ନୂଆପଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲାରେ ସମସ୍ତ ଅଞ୍ଚଳ ବେଶ୍‌ ଚଳଚଞ୍ଚଳ । ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋତମା ଏୟାର ଷ୍ଟ୍ରିପ୍ ରେ ସ୍ବତନ୍ତ୍ର ବିମାନରେ ପହଞ୍ଚି ହେଲିକାପ୍ଟରରେ ଯାଇ ୨ ହଜାର କୋଟି ଟଙ୍କାରେ ନିର୍ମିତ ତିଖାଲି ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହାପରେ ଖଡ଼ିଆଳ ସହରରେ ପହଞ୍ଚିବେ । ସେଠାରେ ପିଇବା ପାଣି, ବିଭିନ୍ନ ରାସ୍ତାର ଉନ୍ନତିକରଣ, ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ, ଛତିଶଗଡ଼ କଲୁକୁ ସଂଯୋଗ କରୁଥିବା ବିଜୁ ସେତୁ ଯୋଜନାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ ଓ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.