Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରରେ ଝୁଲା ସରକାର ହେବ ତେଣୁ ବିଜେଡିକୁ ଭୋଟ ଦିଅ ବୋଲି ଭୋଟରଙ୍କୁ ସିଧା ଅପିଲ କରୁଛନ୍ତି ମୁଖ୍ୟମନ୍ତ୍ରୀ, ବିଜେପିର ଆପ୍ରୋଚ ଭିନ୍ନ

26/04/2019 at 6:55 PM

ଭୁବନେଶ୍ବର୨୬|୪: କେନ୍ଦ୍ରରେ ଝୁଲା ସରକାର ହେବ ତେଣୁ ବିଜେଡିକୁ ଭୋଟ ଦିଅ ବୋଲି ଭୋଟରଙ୍କୁ ସିଧା ଅପିଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ବିଜେପି କହୁଛି ମୋଦି ସରକାରରେ ଓଡିଶାରୁ ଅଧିକା ବିଜେପି ସାଂସଦ ମନ୍ତ୍ରୀ ହେବେ ତେଣୁ ନବୀନ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେପଟେ ସାଧାରଣ ଆଲୋଚନା ହେଲା ଏଥର ସ୍ପ୍ଲିଟ ଭୋଟ ହେଉଥିବାରୁ ଦୁଇଦଳ ରଣନୀତି ବଦଳାଉଛନ୍ତି । କଂଗ୍ରେସ କିନ୍ତୁ ନିରବ । …

ସ୍ପ୍ଲିଟ ଭୋଟିଂ। ୧୯ ନିର୍ବାଚନରେ ଏବେ ଭୋଟରଙ୍କ ମୁଡ କିଛି ଏମିତି ଚାଲିଛି। ମାନେ ଲୋକସଭାରେ ଗୋଟିଏ ଦଳକୁ ବିଧାନସଭାରେ ଗୋଟିଏ ଦଳକୁ ଭୋଟ ଦେଉଛନ୍ତି କିଛି ଭୋଟର। ଯେଉଁମାନଙ୍କ ସଂଖ୍ୟା ବି କିଛି କମ୍‌ନୁହେଁ। ଭୋଟରଙ୍କ ଏମିତି ମୁଡ ଦେଖି ନବୀନଙ୍କ ସିଧା ଦାବି ବିଜେଡି ଏଥର କେନ୍ଦ୍ରରେ ସରକାର ଗଠନରେ ବଡ ଭୂମିକା ନେବ ।

ନବୀନଙ୍କ ଆକଳନ ଏଥର କେନ୍ଦ୍ରରେ ଝୁଲା ସଂସଦ ହେବ । ତେଣୁ ବିଜେଡି କିଙ୍ଗ ମେକର ଭୂମିକା ନେବ । ସେଥିପାଇଁ ବିଜେଡି ସାଂସଦଙ୍କୁ ଭୋଟ ଦେବାକୁ ନବୀନ ଅପିଲ କରୁଛନ୍ତି । ୨୧ରୁ ୨୧ ସିଟ ଜିତିବୁ ବୋଲି ବିଜେଡି ଯେଉଁ ଆକଳନ କରୁଥିଲା ତାହା ବୋଧେ କେଉଁଠି ଅଧାବାଟରେ ବାଟବଣା ହେଉଥିବା ଜାଣି ବିଜେଡି ଲୋକସଭା ଜିତିବା ଫୋକସ ଦେଉଛି ।

ଏହି ସ୍ପ୍ଲିଟ୍‌ ଭୋଟିଂ ମୁଡ ଦେଖି ବିଜେପି ଓ ବିଜେଡି ରଣନୀତି ବଦଳାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି । ବିଜେପି ନେତାଙ୍କ ଯୁକ୍ତି ଏଥର ଲୋକସଭାରେ ଓଡିଶାବାସୀ ବିଜେପିକୁ ଭୋଟ ଦେବାକୁ ମନସ୍ଥିର କରିଛନ୍ତି । କାରଣ କେନ୍ଦ୍ରରେ ମୋଦି ସରକାରରେ ଓଡିଶାର ବିଜେପି ସାଂସଦମାନେ ମନ୍ତ୍ରୀ ହେବା ପାଇଁ ସୁଯୋଗ ପାଇବେ ।

ବିଜେଡି ଖାତାକୁ ଭୋଟଗଲେ କେବଳ ସଂସଦ ଭବନ ପରିସରେ ଧାରଣାରେ ବସିବେ । ସେଇଥିପାଇଁ ମୋଦିଙ୍କ ବିରୁଦ୍ଧରେ ବିଜେଡି ଲୋକଙ୍କୁ ଭ୍ରମିତ କରି କେନ୍ଦ୍ରରେ ଝୁଲା ସରକାର ହେବ କହୁଛି ବୋଲି ବିଜେପି ଅଭିଯୋଗ ବାଢିଛି ।

ବିଜେଡି ଓ ବିଜେପି ଭିତରେ ଯେତେବେଳେ ଗରମା-ଗରମ ବୟାନବାଜି ଓ ଛକାପଞ୍ଝା ରାଜନୈତିକ ବାତାବରଣକୁ ହଲଚଲ କରୁଛି, ଲାଗୁଛି କଂଗ୍ରେସ ଯେମିତି ଏହି ଦୁଇଦଳ ଠାରୁ ସମଦୂରତାରେ ରଖୁଛି।

ଆପାତତଃ ଏମିତି କିଛି ସିଗ୍‌ଲାନ ରାହୁଲଙ୍କ ଓଡ଼ିଶା ପ୍ରଚାରରୁ ସୂଚନା ମିଳୁଥିବା ଚର୍ଚ୍ଚା ହେଉଛି।

   Related Posts