ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବା ପାଇଁ ରୀତା ସାହୁଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ଭୋଟ ବ୍ୟବଧାନ କ୍ଷେତ୍ରରେ ସୌମ୍ୟଙ୍କୁ ପଛରେ ପକାଇଲେ ରୀତା

Published By : Prameya-News7 Bureau | October 24, 2019 IST

ବିଜେପୁର୨୪|୧୦: ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁର ଉପ ନିର୍ବାଚନରେ ବିଜୟୀ ହେଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି । ବିଧାନ ନିର୍ବାଚନ ଇତିହାସର ସମସ୍ତ ରେକର୍ଡ ଭାଙ୍ଗିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ବେଳେ ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧ ହଜାର ୪୩୦ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ରୀତା ସେହି ରେକର୍ଡକୁ ଅତିକ୍ରମ କରିଛନ୍ତି । ସେହିଭଳି ଗତ ସାଧାରଣ ନିର୍ବାଚନ ବେଳେ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁରରେ ୧ଲକ୍ଷ ୧୦ହଜାର ୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ରୀତା ୧୯ ରାଉଣ୍ଡ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ ପାଇସାରିଛନ୍ତି ।

ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭ ହଜାର ୯୫୫ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସର୍ବ ନିମ୍ମ ୫୮୭୧ ଖଣ୍ଡ ଭୋଟ ପାଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.