Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ହରିୟାଣାରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ୍ ଅବଧି : ଅଡ ଇଭନ୍ ଫର୍ମୂଲାରେ ଖୋଲିବ ଦୋକାନ

30/05/2021 at 1:12 PM

ହରିୟାଣା ୩୦/୫ : କରୋନାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ରଣନୀତି ଗ୍ରହଣ କରାଯାଉଛି । କୌଣସି ସ୍ଥାନରେ ଲକଡାଉନ୍ ଖୋଲାଯାଉଛି, ତ ଆଉଁ କେଉଁଠି ଜାରି ରହିଛି ପ୍ରତିବନ୍ଧକ । ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଲକଡାଉନ ଅବଧିକୁ ପୁଣି ବଢାଇଛନ୍ତି । ଜୁନ୍ ୭ ଯାଏଁ ଏହି ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।

ଅଡ ଇଭନ ଫର୍ମୂଲାରେ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଦୋକାନଗୁଡ଼ିକ ବର୍ତ୍ତମାନ ସକାଳ ୯ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୋକାନୀମାନେ ଏହି ଅଡ ଇଭନ ଫର୍ମୂଲାକୁ ଅନୁସରଣ କରି ଦୋକାନ ଖିୋଲିବେ । ଯଦି ଆମେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଷୟରେ ଆଲୋଚନା କରିବା, ତେବେ ଆଗାମୀ ୧୫ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ତେବେ ପୂର୍ବଭଳି ରାତିରେ କର୍ଫ୍ୟୁ ମଧ୍ୟ ଜାରି ରହିବ । | ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସୂଚନା ଥାଉକି, ବର୍ତ୍ତମାନ ଉତ୍ତରପ୍ରଦେଶରେ ହରିୟାଣା ସରକାର କରୋନାରେ ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଲାଳନ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସିଏମ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ “ହରିୟାଣାରେ କରୋନା ମହାମାରୀ ହେତୁ ଅନାଥ ପିଲାଙ୍କ ପ୍ରତିପୋଷଣ ପାଇଁ ଆର୍ଥିକ ସହାୟତା ମୁଖମନ୍ତ୍ରି ବାଲ ସେବା ଯୋଜନା’ ମାଧ୍ୟମରେ କରାଯିବ ।

   Related Posts