ବ୍ରହ୍ମଗିରି କୃଷ୍ଣପ୍ରସାଦରେ ବସୁଧା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
22/11/2018 at 3:45 PM

ବ୍ରହ୍ମଗିରି ୨୨|୧୧: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଞ୍ଚଳରେ ମଧୁର ପାଣିର ବ୍ୟବସ୍ଥା କରିବା ପାଇଁ ବସୁଧା ଯୋଜନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ର ୯୨ଟି ଓ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପାନୀୟ ଜଳ ପ୍ରକଳ୍ପ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରର କୃଷ୍ଣପ୍ରସାଦ ବ୍ଲକକୁ ଦିନିକିଆ ଗସ୍ତରେ ଯାଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021