ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୨ଟି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 12, 2021 IST

ଭୁବନେଶ୍ବର ୧୨।୭: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଦୁଇଟି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚୀ-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଏହି ଦୁଇଟି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ।

{"id":479457,"sizeSlug":"large","linkDestination":"none"}
social media

କ୍ୟାନସର ହସ୍ପିଟାଲରେ ୭୫୦ ବେଡ୍ ରହିବ । ଏହା ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ସେପଟେ ୧୧୦ ବେଡ୍ ବିଶିଷ୍ଟ ହେବ ପାଲିଏଟିଭ କେୟାର ସେଣ୍ଟର । ପାଲିଏଟିଭ ସେଣ୍ଟରରେ ଗରିବ ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ମିଳିବ । ଏହି ସେଣ୍ଟରରେ ରହିବ ଶରୀର ଯନ୍ତ୍ରଣା ଉପଶମ ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ।

{"id":479458,"sizeSlug":"large","linkDestination":"none"}
social media

ଉଭୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କାର ସାହାଯ୍ୟ କରିବେ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ଏହି ଆର୍ଥିକ ସହଯୋଗ ଲାଗି ବାଗଚୀ ଦମ୍ପତ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.