ପିଏମ୍ ସାହେବ୍, ପ୍ଲିଜ୍ ଆପଣ ଫୋନ୍ କରନ୍ତୁ, ଯେପରି ଅକ୍ସିଜେନ୍ ଦିଲ୍ଲୀରେ ପହଞ୍ଚିଯିବ, ଲୋକେ ବହୁତ କଷ୍ଟରେ ଅଛନ୍ତି-କେଜ୍ରିୱାଲ୍

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ସଙ୍କଟ ନେଇ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, 'ପିଏମ୍ ସାହେବ, ପ୍ଲିଜ୍, ଆପଣ ଫୋନ୍ କରନ୍ତୁ, ଯେପରି ଅକ୍ସିଜେନ ଦିଲ୍ଲୀ ଯାଏଁ ପହଞ୍ଚିଯିବ।' ସେ କହିଥିଲେ ଯେ 'ଦିଲ୍ଲୀରେ ଅକ୍ସିଜେନ୍ ପ୍ଲାଣ୍ଟ ନାହିଁ ବୋଲି କଣ ଦିଲ୍ଲୀର ୨ କୋଟି ଜନତାଙ୍କୁ ଅକ୍ସିଜେନ ମିଳିବନି। ଦିଲ୍ଲୀରେ ପ୍ଲାଣ୍ଟ ନାହିଁ ବୋଲି ଯେଉଁ ରାଜ୍ୟରେ ଅଛି ସେମାନେ କଣ ଦେବନି। ଯଦି କେଉଁ ରାଜ୍ୟ ଦିଲ୍ଲୀ କୋଟାର ଅକ୍ସିଜେନ୍ ଅଟକାଇଦିଏ ତାହେଲେ କେନ୍ଦ୍ରରେ ଫୋନ୍ କରି କାହା ସହ କଥା ହେବି ?' କେଜ୍ରିୱାଲ କହିଥିଲେ ଯେ 'ପ୍ରଧାନମନ୍ତ୍ରୀ ମୋଦି ଠିକ ସମୟରେ କରୋନା ବୈଠକ ଡାକିଛନ୍ତି। ମୁଁ ଦିଲ୍ଲୀବାସୀଙ୍କ ତରଫରୁ ହାତ ଯୋଡି ଅପିଲ କରୁଛି ଯେ ଦୃଢ ପଦକ୍ଷେପ ନ ନେଲେ ସବୁ ବରବାଦ ହୋଇଯିବ।'

ସେ କହିଥିଲେ 'ଯେଉଁଠାରେ ଦିଲ୍ଲୀ ଆସୁଥିବା ଟ୍ରକ୍ ରୋକାଯାଉଛି, ପିଏମଜୀ ପ୍ଲିଜ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଅକ୍ସିଜେନ ଦିଲ୍ଲୀ ଯାଏଁ ପହଞ୍ଚି ଦିଅନ୍ତୁ। ଲୋକେ ବହୁତ କଷ୍ଟରେ ଅଛନ୍ତି। ସ୍ଥିତି ଦେଖି ହେଉନି। ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ରାଜ୍ୟ ପାଇଁ କିଛି କରିପାରୁନି। ପ୍ରଧାନମନ୍ତ୍ରୀଜୀ ଦେଶର ସମସ୍ତ ଅକ୍ସିଜେନ୍ ପ୍ଲାଣ୍ଟ କେନ୍ଦ୍ର ଟେକଓଭର୍ କରୁ। ଆଉ ଯେତେବେଳେ ଅକ୍ସିଜେନ୍ ଟ୍ରକ୍ ସେନା ଦ୍ୱାରା ସଞ୍ଚାଳିତ ହେଉ ଯେପରି କୌଣସି ରାଜ୍ୟ ଅକ୍ସିଜେନ୍ ଟ୍ରକ୍ ଅଟକାଇ ନପାରୁ |'

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଭ୍ୟାକସିନ୍ ଦାମ୍ ଜାରି ହୋଇଛି। ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଭ୍ୟାକସିନ ଦିଆଯିବ। କେନ୍ଦ୍ର କହିଛି ଯେ ରାଜ୍ୟ ମଧ୍ୟ ଭ୍ୟାକସିନ୍ କିଣିପାରିବେ। କେନ୍ଦ୍ରକୁ ଭ୍ୟାକସିନ୍ ୧୫୦ ଟଙ୍କାରେ ଓ ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ। ଭ୍ୟାକସିନ୍ ଦାମ୍ ଏକ ବରାବର୍ ହେବା ଉଚିତ। ଗୋଟିଏ ଦେଶରେ ଦାମ ଅଲଗା ଅଲଗା କାହିଁକି। ଦେଶ ପାଇଁ 'ଏକ ଭ୍ୟାକସିନ୍ ଏକ ଦାମ୍' ହେବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.