Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଙ୍ଗନା ବିବାଦ: ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା ଭାଙ୍ଗାଯିବ କି ? ଜବାବ ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

11/09/2020 at 3:41 PM

ଶିମଲା ୧୧/୦୯ : ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଭାଙ୍ଗିବା ପରେ ବିବାଦ ମୁଣ୍ଡ ଟେକିଛି । କଙ୍ଗନାଙ୍କ ଅଫିସ୍ ଭାଙ୍ଗିବାକୁ ଘଟଣାକୁ ନେଇ ଚାରିଆଡେ ମହାରାଷ୍ଟ୍ର ସରକାରଙ୍କ ନିନ୍ଦା ହୋଇଛି । ସୂବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି । ଜୟରାମ ଠାକୁର କହିଛନ୍ତି, ମହାରାଷ୍ଟ୍ର ସରକାର ଯାହା କରିଛନ୍ତି ତାହା ନିଶ୍ଚୟ ଭୁଲ । ତାଙ୍କର ଏହି ପଦକ୍ଷେପକୁ ନେଇ ସାରା ଦେଶ ତାଙ୍କ ଉପରେ ଖପ୍ପା ଅଛି । କଙ୍ଗନାଙ୍କ ଅଫିସ୍ ଭାଙ୍ଗିବା ପରେ ଶିମଲା ସ୍ଥିତ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗିବାକୁ ନେଇ ସ୍ୱର ଉଠିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶିମଲାରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା କୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରିବାକୁ ଅସ୍ବୀକାର କରିଛନ୍ତି ।

ସେ କହିଛନ୍ତି ପ୍ରିୟଙ୍କାଙ୍କ ବଙ୍ଗଳା ଭାଙ୍ଗିବା ଭଳି କୌଣସି ପ୍ରସଙ୍ଗ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେହେତୁ କଙ୍ଗନା ହିମାଚଳର ଝିଅ ଏବଂ ତାଙ୍କର ମୁମ୍ବାଇ ସ୍ଥିତ ଅଫିସ ଭଙ୍ଗାଯାଇଛି, ତାହାର ପ୍ରତିକ୍ରିୟା ହିମାଚଳରେ ଦେଖାଦେବା ସ୍ୱାଭାବିକ କଥା । ସେଥିପାଇଁ ଲୋକେ କହିଥିଲେ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭଙ୍ଗାଯାଉ । କିନ୍ତୁ ସେ ଏଥିରେ ସହମତ ନୁହନ୍ତି ବୋଲି କହିଛନ୍ତି ।

ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ରଶ୍ମୀଧର ସୁଦଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ସେ ଭାବନାତ୍ମକ ହୋଇ ଏହିଭଳି ବୟାନ ରଖିଥାଇ ପାରନ୍ତି । କିନ୍ତୁ ଏହା ଭୁଲ । ରଶ୍ମୀଧର ସୁଦ କହିଥିଲେ ଯେ ସେ ଶିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗିବାକୁ ଯୋଜନା କରିବେ । କିନ୍ତୁ ତାଙ୍କର ଏହି ବୟାନକୁ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସୂଚନାଯୋଗ୍ୟ ଯେ ଗୁରୁବାର ଦିନ କଙ୍ଗନାଙ୍କ ସମର୍ଥନରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଦର୍ଶନ କରିଥିଲେ ।

   Related Posts