Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଜଗମୋହନ ରେଡ୍ଡୀ, ଏନଡିଏରେ ସାମିଲ ନେଇ ଚର୍ଚ୍ଚା

6/10/2020 at 12:16 PM

ନୂଆଦିଲ୍ଲୀ ୬।୧୦: ଶିବସେନା ଏବଂ ଅକାଳୀ ଦଳ ଏନଡିଏ ଛାଡିବା ପରେ ବିଜେପିରେ ଏବେ ଆଉ ଜଣେ ନୂଆ ସଦସ୍ୟ ଯୋଗଦେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ରପ୍ରଦେଶ ଶାସକ ଦଳ ଓ୍ବାଇଏସଆରସି ଏନଡିଏରେ ସାମିଲ ହୋଇପାରେ । ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୩-୨୪ ସେପ୍ଟେମ୍ବରରେ ରେଡ୍ଡୀ ଦିଲ୍ଲୀ ଯାଇ ଆମିତ ଶାହାଙ୍କୁ ଭେଟିଥିଲେ ।

ଅମିତ ଶାହା ସେତେବେଳେ ରେଡ୍ଡୀଙ୍କ ସମ୍ମୁଖରେ ଏନଡିଏରେ ସାମିଲ ହେବାର ପ୍ରସ୍ତାବ ରଖିଥିଲେ । ଶୁଣାଯାଉଛି ଯେ, ମୋଦି ସରକାରରେ ତିନୋଟି ମନ୍ତ୍ରଳାୟ ରେଡ୍ଡୀଙ୍କୁ ଦେବା ନେଇ ଆଲୋଚନା ହେଉଛି । ଏଥିରେ ଗୋଟିଏ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଦୁଇଟି ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କ ପଦ ସାମିଲ ରହିଛି । ବିଜେପି ସୂତ୍ରରୁ ସୂଚନା ଯେ, ଅକାଳୀ ଦଳ ଏବଂ ଶିବସେନା ମେଣ୍ଟରୁ ଅଲଗା ହେବା ପରେ ଦଳ ରାଜ୍ୟସଭାରେ ନିଜର ଶକ୍ତି ବଢାଇବା ପାଇଁ ଚାହୁଁଛି । ଏହାକୁ ଧ୍ୟାନରେ ରଖି ବିଜେପି ଦକ୍ଷିଣରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ।

ସୂତ୍ର ଅନୁସାରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ତାଙ୍କର ପୁରୁଣା ଦାବିରେ ଅଡି ବସିଛନ୍ତି, ଯାହା ୨୦୧୯ ନିର୍ବାଚନୀ ପ୍ରଚାରରେ ତାଙ୍କର ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ସେ କେନ୍ଦ୍ର ସରକାରଠାରୁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ ।

ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଚନ୍ଦ୍ରଶେଖର ରାଓ ଏବଂ ରେଡ୍ଡୀ କୃଷ୍ଣା ନଦୀ ଜଳକୁ ନେଇ ଚାଲିଥିବା ବିବାଦର ସମାଧାନକୁ ନେଇ ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ଓପେକ୍ସ କାଉନସିଲ୍ ବୈଠକରେ ଯୋଗଦେବେ । କେସିଆର ଏହି ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ହାଇଦ୍ରାବାଦରୁ ସାମିଲ ହେବେ । ସେହିଭଳି ରେଡ୍ଡୀ ସୋମବାର ସନ୍ଧ୍ୟାରୁ ଦିଲ୍ଲୀ ଅଭିମୁଖେ ବାହାରିସାରିଛନ୍ତି ।

   Related Posts