ଖୋର୍ଦ୍ଧାରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 24, 2018 IST

ଖୋର୍ଦ୍ଧା ୨୪|୧୧:  ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ବସୁଧାର ଶୁଭାରମ୍ଭ ହେବ । ଏହି ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଟଣୀ ନାଇଜର ସ୍ଥିତ ପଡିଆରେ ଦିନ ୧୧ଟାରେ ଏହି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୯୫ଟି ପୌରାଞ୍ଚଳରେ ୫୦୦ଟି ନୂଆ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏହା ସହ ଆଇଆଇଟି, ନାଇଜର, ଇଡକୋ ତଥା ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି ପାଇଁ ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.