କଟକରେ ଭାରତର ପ୍ରଥମ ଦକ୍ଷତା ସଂଗ୍ରାହଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 04, 2018 IST

କଟକ ୪/୮: ଭାରତ ପ୍ରଥମ ଦକ୍ଷତା ସଂଗ୍ରାହଳୟ କଟକ ସ୍ଥିତ ସରକାରୀ ଆଇଟିଆଇ ଖପୁରିଆରେ ଉଦଘାଟିତ ହୋଇଯାଇଛି..ଏହି ସଂଗ୍ରହାଳୟକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି… ତେବେ ରାଜ୍ୟରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା କହିଛନ୍ତି ମୂଖ୍ୟମନ୍ତ୍ରୀ । ୨୬୦୦ ବର୍ଗ ଫୁଟ ମଧ୍ୟରେ ନିର୍ମିତ ଏହି ସଂଗ୍ରାହଳୟ ବର୍ତ୍ତମାନ ଓ ଆଗମୀ ପିଢି ପାଇଁ ଦକ୍ଷତା ବଢାଇବା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି ପୁଣି ଭାରତ ଇତିହାସରେ କଟକ ଖପୁରୀଆ ସ୍ଥିତ ସରକାରୀ ଆଇଟିଆଇର ନାମ ଯୋଡି ହୋଇଯାଇଛି । ଦେଶର ପ୍ରଥମ ଦକ୍ଷତା ସଂଗ୍ରାହଳୟ ସରକାରୀ ଆଇଟିଆଇରେ ସ୍ଥାନ ପାଇଛି । ଶନିବାର ଏହି ଦକ୍ଷତା ସଂଗ୍ରାହଳୟକୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ଆଗକୁ ବଢିବା ସହ ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ ଓଡିଶାର ଛାତ୍ର ଛତ୍ରୀମାନେ ମଧ୍ୟ ବେଶ ଆଗକୁ ବଢୁଛନ୍ତି । ଏହି ସଂଗ୍ରାହଳୟରେ ଗ୍ରାମଫୋନ ଠାରୁ ଆରମ୍ଭ କରି ୧୯୦୭ ମସିହାର ଉଡାଯାହଜର ଇଞିନ ମଧ୍ୟ ସ୍ଥାନ ପାଇଛି । କେବଳ ସେତିକିନ ନୁହେଁ ପୂର୍ବରୁ ବିଭିନ୍ନ କଳ କାରଖାନରେ ଚାଲୁଥିବା ମେସିନ ମଧ୍ୟ ଏହି ସଂଗ୍ରାହଳୟରେ ସ୍ଥାନ ପାଇଛି। ଏହି ସଂଗ୍ରାହଳୟ ଭାରତରେ ପ୍ରଥମ ଓ ଏହା ସ୍କିଲ ଡେଭଲପମେଣ୍ଟ ବା ଦକ୍ଷତା ବିକାଶ କ୍ଷେତ୍ରରେ ଯୁବ ପିଢିଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ କଟକ ସରାକରାରୀ ଆଇଟିଆଇ ଯେ କେବଳ ରାଜ୍ୟରେ ନାମ କରିଛି ତା ନୁହେଁ, ସାରା ଭାରତରେ ଗୌରବ ଆଣି ପାରିଛି । ଶିଳ୍ପ ତାଲିମ କ୍ଷେତ୍ରରେ ନିଜର ବେଶ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛି । ରାଜ୍ୟରେ ଯୁବ ପିଢୀଙ୍କ କୁଶଳୀ ହେବାରେ ଦକ୍ଷତା ବହୁ ଆଗକୁ ବଢିଛି । ରାଜ୍ୟ ସରକାରଙ୍କ ଏହି ଦକ୍ଷତା ବିକାଶ ଯୋଜନା ଛାତ୍ର ଛତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ବେଶ ସହାୟକ ହେବ ବୋଲି କହିଛନ୍ତି ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ । ଏହି ସଂଗ୍ରାହଳୟ ବର୍ତ୍ତମାନର ଯୁବ ପିଢି ଅତୀତର କୌଶଳ ବିଷୟରେ ବହୁ ତଥ୍ୟ ଜାଣିବା ସହ ଭବିଷ୍ୟତ ପିଢି ମଧ୍ୟ ଏହି ସଂଗ୍ରାହଳୟରୁ ବହୁ କିଛି ଶିଖିବାକୁ ପାଇବେ ବୋଲି କହିଛନ୍ତି… ଏହି ଉତ୍ସବରେ ହୋଟଲ ମ୍ୟାନଜମେଣ୍ଟ କ୍ଷେତ୍ରରେ ଓଡିଶାର ଦକ୍ଷତାକୁ ସାରା ଭାରତରେ ପ୍ରିତନିଧିତ୍ବ କରିଥିବା ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.