ସବୁଠାରୁ ବଡ଼ କୋଭିଡ୍-୧୯ ହସ୍ପିଟାଲ: ଭିଡିଓ କନ୍‌ଫରେନ୍ସିଂରେ ସମ୍ ପ୍ରତିଷ୍ଠିତ କୋଭିଡ-୧୯ ହସ୍ପିଟାଲକୁ ଉଦ୍‌ଘାଟନ୍‌ କଲେ ମୁଖ୍ୟମନ୍ତ୍ରୀ, ସାମିଲ ଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ କୋଇଲା ମନ୍ତ୍ରୀ

Published By : Prameya-News7 Bureau | April 06, 2020 IST

ଭୁବନେଶ୍ବର୬/୫: ସୋମବାର ସମ୍‌ ହସ୍ପିଟାଲରେ ରାଜ୍ୟ ସରକାର ଆଉ ଏକ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି।  ଆଇଏମ୍ ଏସ୍ ଓ ସମ୍  ହସ୍ପିଟାଲ ସହାୟତାରେ ନିର୍ମାଣ ହୋଇଥିବା ରାଜ୍ୟ ସରକାରଙ୍କର ଏହି କୋଭିଡ୍ -୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍  ରଖାଯାଇଛି। ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ରହିଥିଲେ।

{"id":249666,"sizeSlug":"large"}

ସମ୍‌ ହସ୍ପିଟାଲ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ ରୋଗୀସେବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପରୀକ୍ଷାଗାର, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ। ଏହି ସ୍ଵତନ୍ତ୍ର ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ  ଉଦ୍ୟୋଗ ଓଡ଼ିଶା ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇଦେବ।

{"id":249654,"sizeSlug":"large"}

ଏହି ଚୁକ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ, ମହାନଦୀ କୋଲଫିଲଡସ ଲିମିଟେଡ଼ (ଏମସିଏଲ)ର ପ୍ରତିନିଧି ଶ୍ରୀ ଏସ ଏସ ପଣ୍ଡା  ଏବଂ ଆଇଏମଏସ ଓ ସମ ହସ୍ପିଟାଲରା ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ସ୍ଵତନ୍ତ୍ର ହସ୍ପିଟାଲ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ।

{"id":249655,"sizeSlug":"large"}

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର  ମହାପାତ୍ର କହିଥିଲେ, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା କରିବୁ। ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ। ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲି ଯାଇଛି। ରାଜ୍ୟବାସୀଙ୍କ ସେବା କରିବାପାଇଁ ସରକାର ସୁଯୋଗ ଦେଇଥିବାରୁ ‘ସୋଆ’ ପ୍ରତିଷ୍ଠାତା ପ୍ରଫେସର ମନୋଜରଂଜନ ନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସୋଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ-୨ରେ ଥିବା କନଭେନସନ ସେଣ୍ଟର ରେ ଏହି କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.