ବାରିପଦାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 08, 2020 IST

ବାରିପଦା ୦୮।୦୧ - ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୁରଜିଲ୍ଲା ପାଇଁ ଖଜାନା ଖୋଲିଦେଇଛନ୍ତି ସରକାର । ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ  ପାଇଁ ଶିଳାନ୍ୟାସ କରିବା ସହ ୫୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ ନବୀନ । ଏହି ଅବସରରେ ବାରିପଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":208554,"sizeSlug":"large"}

ମୟୁରଭଞ୍ଜ ଜିଲ୍ଲା ପାଇଁ ଖଜାନା ଖୋଲିଲେ ସରକାର । ଆଜି ୧୦ଟି ଟ୍ରେଡ୍‌ ୟୁନିଅନର ଭାରତ ବନ୍ଦ ଡାକରା ସତ୍ବେ ଚଳଚଞ୍ଚଳ ଥିଲା​ ବାରିପଦା ସହର । ବିରାଟ୍‌ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଦୁଇପଦ କଥା ଶୁଣିବା ପାଇଁ ସଭାସ୍ଥଳରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ଼ । ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ପାଇଁ ଖଜାନା ଖୋଲିଦେଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ  ପାଇଁ ଶିଳାନ୍ୟାସ କରିବା ସହ ୫୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବାରିପଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":208556,"sizeSlug":"large"}

ସଭାରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷା ହିଁ ସଶକ୍ତିକରଣ ଓ ଶିକ୍ଷା ଜରିଆରେ ପ୍ରକୃତ ପରିବର୍ତ୍ତନ ଆସିପାରିବ । ଆବାସିକ ବିଦ୍ୟାଳୟ ପାଇଁ କିସ୍‌ ମ୍ୟାନେଜମେଣ୍ଟ ଓ ଆଦାନୀ ଗ୍ରୁପକୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଜନଜାତି ପିଲାଙ୍କ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୬୫୦୦ ସ୍କୁଲରେ ୬ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏଥି ସହ ଅର୍ବାନ୍‌ ଏରିଆରେ ମଧ୍ୟ ହଷ୍ଟେଲ ନିର୍ମାଣ କରାଯାଇ ପିଲାମାନଙ୍କୁ ଇଂଲିଶ୍‌ ମିଡିଅମ୍‌ ସ୍କୁଲରେ ଶିକ୍ଷା ଦିଆଯାଉଛି । ରାଜ୍ୟ ସରକାର ଜନଜାତି ଶିକ୍ଷା ଯୋଜନା ଯୋଗୁଁ ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣୁଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ମୟୁରଭଞ୍ଜର ବିକାଶର ଧାରା ଜାରି ରହିବ ଏବଂ ଓଡ଼ିଶାର ବିକାଶ ମାନଚିତ୍ରରେ ମୟୁରଭଞ୍ଜର ସ୍ଥାନ ଆହୁରି ଉଜ୍ଜ୍ବଳ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.