Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସେତୁ ଉପରେ ଚାଲିଲେ ନବୀନ

26/07/2018 at 8:33 AM

ମାଲକାନଗିରି ୨୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ଚର୍ଚ୍ଚିତ ଓ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁର ଉଦଘାଟନ କରିଛନ୍ତି | ଏହି ସେତୁ ଉଦଘାଟନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ୧୦ଟି ଗ୍ରାମ ପଂଚାୟତର ୧୫୧ଟି ଗାଁର ୩୫ ହଜାର ଲୋକ ଉପକୃତ ହେବେ | ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସେତୁ ଉପରେ ଚାଲିବା ସହ ପୁରା ସେତୁର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଗାଡିରେ ଯାତ୍ରା କରିଥିଲେ | ନକ୍ସଲ ଆକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ବିଛିନାଞ୍ଚଳ ତଥା ସାମଗ୍ରିକ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେତୁ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନକ୍ସଲମାନଙ୍କୁ ଆହ୍ୱାନ ଦେଇଛନ୍ତି | ସେତୁ ନିର୍ମାଣ କାର୍ଯ୍ୟରେ ଯୋଗଦାନ ଦେଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି | ଏହି ସେତୁ ନିର୍ମାଣ ପରିପ୍ରେକ୍ଷୀରେ ସହିଦ ହୋଇଥିବା ଯବାନମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ସେତୁ ନିର୍ମାଣ ପାଇଁ ବହୁ ପ୍ରତିବନ୍ଧକ ରହିଥିଲା | ତେବେ ବିଛିନାଞ୍ଚଳ ଏବେ ବିକାଶ ସହ ଯୋଡି ହେବା ବୋଲି ସେ ଆଶା ପ୍ରକାଶ କରିଛନ୍ତି | ସୂଚନାଯୋଗ୍ୟ ଯେ, ୪୦ ଦଶକରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଥିବା ବଡପଦର, ରାଲଗେଡା, ପଣସପୁଟ, ଯନ୍ତ୍ରୀ, ଯଡ଼ାମ୍ବ, ବଡ଼ପଡା, ଆଣ୍ଡ୍ରାପଲି, ପେପର ମେଟାଲ, କୁର୍ମାନୁର ଆଦି ୧୦ ପଂଚାୟତ ସମ୍ପୂର୍ଣ ଭାବେ ନକ୍ସଲଙ୍କ କବ୍ଜାରେ ରହିଥିଲା | ନକ୍ସଲମାନେ ଏହି ଅଂଚଳକୁ ମୁକ୍ତ ଅଂଚଳ ଭାବେ ଘୋଷଣା କରିଥିଲେ | ଏପରିକି ଆନ୍ଧ୍ର, ଛତିଶଗଡ଼ ଏବଂ ଓଡିଶା ନକ୍ସଲଙ୍କ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଉଇଙ୍ଗ ଏଠାରେ ସ୍ଥାପନ କରାଯିବା ସହ ନୂଆ ପ୍ରଶିକ୍ଷଣ ଶିବିର ମଧ୍ୟ ରହିଥିଲା |

୨୦୧୧ ମସିହାରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଆର.ଭିନୀଲ.କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ | ଏହି ଅପହରଣ ରାଜ୍ୟ ସରକାରଙ୍କ ପାଇଁ ଏକ ଉଦବେଗର କାରଣ ଥିଲା | ବିଛିନ୍ନାଂଚଳକୁ ତ୍ୱରାନ୍ୱିତ କରିବାକୁ ସରକାର ଚାହିଁଥିଲେ | ସେହି କ୍ରମରେ ୨୦୧୪ ମସିହାରେ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ତତ୍ପରତା ଦେଖାଦେଇଥିଲା |
ଏବେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ଲାଲଗଡ଼ରେ ବିକାଶର ଗାଡି ଗଡିବ ବୋଲି କୁହାଯାଉଛି | କିନ୍ତୁ ଗୁରୁପ୍ରିୟା ସେତୁର ସ୍ଥାୟୀତ୍ୱ ନେଇ ଏବେ ବି ସନ୍ଦେହ ରହିଛି | ସେତୁଟି ସିସିଟିଭି ନଜରରେ ରହିଛି | ବିଏସଏଫ ଯବାନ ଏହି ସେତୁ ଉପରେ ତୀକ୍ଷଣ ନଜର ରଖିଛନ୍ତି | କିନ୍ତୁ ମାଓ ଉପଦ୍ରବର ଭୟ ବରାବର ରହିଛି |

   Related Posts