Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ , କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ-ମୁଖ୍ୟମନ୍ତ୍ରୀ

15/08/2020 at 9:13 AM

ଭୁବନେଶ୍ୱର ୧୫।୦୮: ରାଜ୍ୟରେ ମଧ୍ୟ ୭୪ ତମ ଦିବସ ପାଳିତ ହେଉଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପରେଡରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । କରୋନା ମହାମାରୀ ଲାଗି କଟକଣା ମଧ୍ୟରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ ।

ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ଅବସରରେ  ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇଛନ୍ତି । ଉଦ୍‌ବୋଧନରେ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।  ସେହିପରି ମହମାରୀ ଭାବେ ବ୍ୟାପିଥିବା କରୋନା ଲଢେଇରେ ଆଗଧାଡିରେ ଯୋଦ୍ଧାମାନଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ ବୋଲି କହିଛନ୍ତି  । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ହସ୍ପିଟାଲ କରିଛନ୍ତି । ତେବେ ଟଙ୍କା ପାଇଁ ଓଡ଼ିଶାରେ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେ ନାହିଁ । କରୋନା ଆକ୍ରାନ୍ତଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

କରୋନାକୁ ଦୃଷ୍ଟିରେ ରଖି ପରେଡ୍ ସ୍ଥଳକୁ ବିଶୋଧନ କରାଯିବା ସହ କାର୍ବୋଲିକ୍ ଏସିଡ୍ ସିଞ୍ଚନ କରାଯାଇଛି । ଏବର୍ଷ ପରେଡରେ ୪ଟି କଣ୍ଟିଜେଣ୍ଟ SSB, ଓଡ୍ରାଫ୍, OSAP ଏବଂ ସପ୍ତମ ବାଟାଲିଆନ୍ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ  ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆ । ସିସିଟିଭି ସର୍ଭେଲାନ୍ସରେ ଉତ୍ସବ ସ୍ଥଳ । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ପରେଡ୍ ସ୍ଥଳ ତନଖି କରିଛନ୍ତି ।

   Related Posts