ବୁଲ୍‌ବୁଲ୍‌ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଧାନ , ରବି ଫସଲ, ଛତୁ ,ପାନ ଓ ଦୁଗ୍ଧ ଚାଷୀଙ୍କୁ ମିଳିବ ଏତିକି ଟଙ୍କାର ସହାୟତା

Published By : Prameya-News7 Bureau | November 11, 2019 IST

ଭୁବନେଶ୍ୱର ୧୧ ।୧୧ - ବୁଲବୁଲ ପ୍ରଭାବିତ ଅଂଚଳକୁୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ପରିଦର୍ଶନରୁ ଫେରି ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜର ଜିଲ୍ଲାପାଳ ଉପସ୍ଥିତ ଥିଲେ। ଏଥି ସହ ଜିଲାସ୍ତରୀୟ ଅଧିକାରୀ ଓ  ଆରଡିସି ସେଣ୍ଟ୍ରାଲ ଡ଼ିଭିଜନ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି.ବି ଯାଦବ, ସେସୁ ସିଏମଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବୁଲ୍‌ବୁଲ୍‌ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ୨୪ ସୁଦ୍ଧା ସହାୟତା ବଣ୍ଟନ କରିଯିବ ବୋଲି ନିର୍ଦେଶ ଦିଆଯାଇଛି ।

ସହାୟତାର ପରିମାଣ -

ଅଣସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ କ୍ଷତିରେ କ୍ଷୁଦ୍ର ରତଥା ନାମମ ମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮ଶହ ଟଙ୍କାର ଇନପୁଟ୍‌ ସବ୍‌ସିଡି ଜଳ ସେଚିତ ଜମିରେ ହେକ୍ଟର ପିଛା ୧୩,୫୦୦ ଟଙ୍କା ସବ୍‌ ସିଡି ଓ ସବୁ ଦିନିଆ ଫସଲ ପାଇଁ ୧୮ ହଜାର ଟଙ୍କା ପ୍ରଦାନ କରାଯିବ ।

କୌଣସି କ୍ଷେତ୍ରେରେ ସବୁଦିନିଆ ଫସଲ କ୍ଷତି ପାଇଁ ଇନ୍‌ପୁଟ୍‌ ସବସିଡିର ପରିମାଣ ୨ ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ଏକ ହଜାର ଟଙ୍କାରୁ କମ୍‌ ହେବ ନାହିଁ ।


ରବି ଫସଲ ପାଇଁ ୨୦୧୯-୨୦ କ୍ଷତି ଗ୍ରସ୍ତ ଚାଷୀ ପାଇଁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ମିନିକିଟ୍‌ ପ୍ରଦାନ କରାଯିବ ।


କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩ ହଜାର ସ୍ପେୟର ପ୍ରଦାନ କରାଯିବ ।


୧୦ ହଜାର ପରିବା କିଟ୍‌ ପ୍ରଦାନ କରାଯିବ ।


୫୦ ୟୁନିଟ୍‌ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ

୩୦ ୟୁନିଟ ପର୍ଯ୍ୟନ୍ତ ପାନ ବରଜ କ୍ଷତି ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯିବ ।


ଫସଲବୀମା ଯୋଜନାର ସୁବିଧା ଚାଷୀଙ୍କୁ ଖୁବ୍‌ ଶୀଘ୍ର ଦେବା ପାଇଁ ଫସ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ତୁରନ୍ତ ଚୂଡାନ୍ତ କରାଯିବ ।


୩୩ ପ୍ରତିଶତ କ୍ଷତି ହୋଇଥିବା ରବି ଫସଲ ଚାଷୀଙ୍କ ଋଣକୁ ଦୀର୍ଘ ମିଆଦି କରା।ଯିବ ।

କ୍ଷୀର ଦେଉତିବା ଗାଈ ମଇଁଷି ପାଇ ପ୍ରତି ପ୍ରାଣୀଙ୍କ ପାଇଁ ୩୦ ହଜାର ଟଙ୍କା ଓ କ୍ଷୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା ୩ଟି ପ୍ରାଣୀଙ୍କ ପାଇଁ । ବାଛୁରୀ ପାଇଁ ୧୬ ହଜାର ଟଙ୍କା ୬ଟି ଛେଳି ମେଣ୍ଢା ପାଇଁ ୩ ହଜାର ଟଙ୍କା ୩୦ଟି ପ୍ରାଣୀ , କୁକୁଡା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା ସର୍ବାଧିକ ୫ ହଜାର ଟଙ୍କା ଦିଆଯିବ ।

ମାଛ ଚାଷୀଙ୍କୁ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା, ଇନ୍‌ପୁଟ୍‌ ସବସିଡି ଭାବରେ ୮୨୦୦ ଟଙ୍କା ପ୍ରଦାନ କରାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.