ତୀର୍ଥ ପୁଷ୍କରଣୀକୁ ନେଇ ଟ୍ୱିଟ କଲେ ମୁଖ୍ୟମନ୍ତ୍ରୀ- ପଚାରିଲେ ପ୍ରଶ୍ନ

Published By : Prameya-News7 Bureau | December 29, 2019 IST

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ତୀର୍ଥ ପୁଷ୍କରଣୀର ଫଟୋ ଟ୍ୱିଟ କରିଛନ୍ତି । ଏହାକୁ ନେଇ ସେ ଏକ ପ୍ରଶ୍ନ ପଚାରିଛନ୍ତି । ଏହି ତୀର୍ଥ ପୁଷ୍କରଣୀର ନାମ କହିବା ପାଇଁ ସେ ଉଲ୍ଲେଖ କରିଛନ୍ତି । ସନ୍ଧ୍ୟା ୬ ଟା ସମୟରେ ଏହାର ଉତ୍ତର ସେ ଉଲ୍ଲେଖ କରିବେ । ଏହି ପବିତ୍ର ପୁଷ୍କରଣୀରୁ ଆମ ଅନନ୍ୟ କଳିଙ୍ଗ କୀର୍ତ୍ତିରାଜି ମନ୍ଦିରର ମନୋରମ ଦୃଶ୍ୟ ଆଶୀର୍ବାଦ ସଦୃଶ୍ୟ। କୁହନ୍ତୁ, ଏହି ପବିତ୍ର ପୁଷ୍କରଣୀର ନାଁ କଣ ?

wp:core-embed/twitter {"url":"https://twitter.com/Naveen_Odisha/status/1211124396334534656?s=20","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1211124396334534656?s=20
/wp:core-embed/twitter

ତେବେ ଫଟୋରୁ ଏହା ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଏକ ପବିତ୍ର ତୀର୍ଥ ପୁଷ୍କରଣୀ ବୋଲି ପ୍ରତୀୟମାନ ହେଉଛି । ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଦେବୀ ପାଦହରା ପୁଷ୍କରଣୀ ବୋଲି ଫଟୋରୁ ଜଣା ପଡୁଛି । ଏହି ପୁଷ୍କରଣୀର ପାବଛ ବା ପାହାଚରେ ୧୦୮ ଶିବ ଲିଙ୍ଗ ମନ୍ଦିର ରହିଛି ।

ଏହାପୂର୍ବରୁ ରାୟଗଡା ଓ କୋରାପୁଟ ରାସ୍ତାର ଏକ ମନୋରମ ଦୃଶ୍ୟକୁ ନେଇ ଟ୍ୱିଟ କରିଥିଲେ ।

wp:core-embed/twitter {"url":"https://twitter.com/Naveen_Odisha/status/1198492487674761218?s=20","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1198492487674761218?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.