Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚଳିତ ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ‘ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ’

1/02/2021 at 7:32 PM

ଭୁବନେଶ୍ବର୧/୨: ୨୦୨୧-୨୨ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋଭିଡ ପରେ ଏହା ହେଉଛି ପ୍ରଥମ ବଜେଟ । ଅନେକ ନୂଆ ଆହ୍ୱାନ ରହିଛି ଯାହାକୁ ଏହି ବଜେଟ୍ ବିଚାରକୁ ନେବ ବୋଲି ଆଶା କରାଯାଉଥିଲା ।

ତେବେ ବଜେଟରେ କିଛି ସକରାତ୍ମକ ବିନ୍ଦୁ ରହିଛି । ଯେମିତି ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପ । ବିକାଶମୂଳକ ଆର୍ଥିକ ସଂସ୍ଥାନର ପୁନଃ ପ୍ରଚଳନ । କୋଭିଡ୍ ଟିକା ପାଇଁ ଅର୍ଥ ଅନୁଦାନ । ଶିଳ୍ପ ଓ ନିର୍ଦ୍ଦିଷ୍ଟ ସେକ୍ଟର ହସ୍ତକ୍ଷେପ ଆଶା ସୃଷ୍ଟି କରିବ ଯଦି ଉପଯୁକ୍ତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ । ଅଭିବୃଦ୍ଧି ପାଇଁ ବିତ୍ତିୟ ନିଅଣ୍ଟ ବୃଦ୍ଧି ଏକ ସାହାସିକ ପଦକ୍ଷେପ । ଆତ୍ମନିର୍ଭର ଭାରତ ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ଓ ଲମ୍ବା ଅବଧିର ଦୂରଦୃଷ୍ଟି ।

ମୁଖ୍ୟମନ୍ତ୍ରୀ ବଜେଟର ସକରାତ୍ମକ ବିନ୍ଦୁକୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରୀୟ ଟିକସରେ ଅଂଶ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୦ ହଜାର ୮ଶହ ୪୦କୋଟି ଟଙ୍କା ହ୍ରାସ ପାଇବା ଯୋଗୁ ଓଡ଼ିଶା ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ଏହାସହ ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ । ଏହା ରାଜ୍ୟ ଉପରେ ଅନେକ ପ୍ରଭାବ ପକାଇବ ।

ଉଭୟ ରାଜପଥ ଏବଂ ରେଳପଥ ପାଇଁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ଲାଗୁ ଦ୍ୱାରା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ଆର୍ଥିକ ସନ୍ତୁଳନ ଦୁର୍ବଳ ହେବାର ସମ୍ଭାବନା ରହିଛି । ମହିଳା, କୃଷକ ଏବଂ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କମାନେ ଅଧିକ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଆବଶ୍ୟକ ।

ଏହା ସହ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାର ଡିଜିଟାଲ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଯାହା ଓଡ଼ିଶା ଗତ ବର୍ଷଠାରୁ କରି ଆସୁଛି । କେନ୍ଦ୍ର ସରକାର ମଧ୍ୟ ମିଶନ ଶକ୍ତି ତଥା ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହା ଅତ୍ୟନ୍ତ ଖୁସିର କଥା । ୨୦୧୧-୧୨ରେ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମମତା ଯୋଜନା କରାଯାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ଦେଶ ପାଇଁ ବେଞ୍ଚମାର୍କ ପାଲଟିଛି ।

   Related Posts