Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ନେତାଙ୍କ ଅସନ୍ତୋଷ ଆଗରେ ନଇଁଲେ ଗେହଲଟ ସରକାର, ପୁଣି ଥରେ ଅଦଳବଦଳ ହୋଇପାରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ

1/12/2021 at 6:27 PM

ଜୟପୁର ୦୧/୧୧: ଅସନ୍ତୋଷ ତୀବ୍ର ହେବା ପରେ ମୁଣ୍ଡ ନୁଆଇଁଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଦିନ କେଇଟା ପରେ ପୁଣି ଥରେ ଅଦଳବଦଳ ନେଇ ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି। ନିକଟରେ ପୁନର୍ଗଠନ ହୋଇଥିବା ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିବାରୁ କଂଗ୍ରେସ  ଓ ବସପା ବିଧାୟକ ଏବଂ ସରକାରଙ୍କ ସହ ଥିବା ନିର୍ଦଳୀୟ ବିଧାୟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ ଯାଇ ପୁଣି ଥରେ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ ।

ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବସପାରୁ କଂଗ୍ରେସକୁ ଆସିଥିବା ୬ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ରାଜେନ୍ଦ୍ର ଗୁଢ଼ାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୧୯ ଜଣ ବିଧାୟକ ଦଳ ଛାଡ଼ିବା ପ​‌ରେ ଯେଉଁମାନେ ପାର୍ଟିକୁ ସଙ୍କଟରୁ ଉଦ୍ଧାର କରିଥିଲେ ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଗେହଲଟ। ତେଣୁ ପାର୍ଟିର ହାଇକମାଣ୍ଡଙ୍କ ସହ ଆଲୋଚନା କରି ପୁଣି ଥରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରାଯିବ ବୋଲି ​ସେ​‌ କହିଛନ୍ତି ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଥିବା ବେଳେ ବିଶେଷ କରି କୌଣସି ନିର୍ଦ୍ଦଳୀୟ ବିଧାୟକଙ୍କୁ ମନ୍ତ୍ରି ପଦ ମିଳିନଥିଲା। ଯଦି ସେମାନଙ୍କ ସମର୍ଥନ ମିଳିନଥାନ୍ତା ରାଜସ୍ଥାନରେ ଗେହଲଟ ସରକାର ଅସମ୍ଭବ ଥିଲା। ତେବେ ଏହି ସବୁ ଦିଗକୁ ଲକ୍ଷ୍ୟରେ ରଖି ଗେହଲଟ ସରକାର ପୁଣି ଥରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ସଙ୍କେତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଏମିତି ଏକ ସଙ୍କେତ ଦେବା ସହ ସଚ୍ଚିନ ପାଇଲଟଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି।

କାରଣ ମୁଖ୍ୟମନ୍ତ୍ରୀ ଏହି ବୟାନ ଦେବା ବେଳେ ସେଠାରେ ପାଇଲଟ୍‌ଙ୍କ ଗୋଷ୍ଠୀର ମନ୍ତ୍ରୀ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ଗେହଲଟ ଗତବର୍ଷ ସରକାରଙ୍କ ଉପରେ ଆସିଥିବା ରାଜନୈତିକଙ୍କ ସଙ୍କଟକୁ ନେଇ କହିଛନ୍ତି, ବସପାରୁ କଂଗ୍ରେସକୁ ଆସିଥିବା ବିଧାୟକ ଏବଂ ନିର୍ଦ୍ଦଳୀୟ ବିଧାୟକମାନଙ୍କୁ ଦୁଃଖି କରାଯିବ ନାହିଁ। ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ। ସେମାନଙ୍କ ପାଖରୁ ଇସାରା ମିଳିଯିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯିବ ବୋଲି ସିଏମ ଅଶୋକ ଗେହଲଟ କହିଛନ୍ତି ।   

   Related Posts