ସରକାରଙ୍କ ସଫଳତା ପାଇଁ 5T ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
23/06/2019 at 8:58 AM

ଭୁବନେଶ୍ବର ୨୩/୬: ସରକାରଙ୍କ ସଫଳତା ପାଇଁ 5T ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ 5T ସୁତ୍ର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପଞ୍ଚମ ପାଳିରେ ଓଡ଼ିଶାର ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ତାଙ୍କୁ ବିପୁଳ ଭୋଟ୍ ରେ ବିଜୟୀ କରିଛନ୍ତି । ତେଣୁ ଲୋକଙ୍କ ସେବା କରିବା ପାଇଁ ରାଜ୍ୟର ସମସ୍ତ ଅଧିକାରୀ ମାନେ 5T ସୁତ୍ର ,ଟେକ୍ନୋଲଜୀ, ଟିମୱାର୍କ, ଟ୍ରାନ୍ସପେରେନସି, ଟାଇମ ଏବଂ ଟ୍ରାନ୍ସଫରମେସନ୍ ଉପରେ ଗୁରୁତ୍ୱ ଆରୋପ କରି କାମ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିଭଳି ନିଯୁକ୍ତି ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂତନ ଶିଳ୍ପାୟନ, ବିଶ୍ୱସ୍ତରୀୟ ଭିତ୍ତିଭୁମି ପ୍ରସ୍ତୁତ ପାଇଁ ଏମ.ଏସ୍.ଏମ୍.ଇ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉପରେ ସ୍ମାର୍ଟ ଅପ୍ ହବ୍ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।ଏହି ସବୁ କାମ ଗୁଡ଼ିକର ତଦାରଖ ନିଜେ ମୁଖ୍ୟମନ୍ତ୍ରୀ କରିବେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଯେଉଁ ସବୁ ଆବଶ୍ୟକତା ଗୁଡିକ ସାଧାରଣ ଲୋକଙ୍କ ସହ ଜଡିତ, ସେସବୁ କ୍ଷେତ୍ରରେ ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।