Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ପହଞ୍ଚିଗଲା ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌, ୧୨ ଯୁବତୀ ସମେତ ୨୪ ଗିରଫ

8/07/2021 at 3:44 PM

ସୋନିପତ ୦୮/୦୭ : ହରିୟାଣାର ସୋନିପତ ଜିଲ୍ଲାରେ ଅବସ୍ଥିତ ମୁରଥଲ ଢାବାରେ ଚାଲିଥିବା ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍, ସ୍ଥାନୀୟ ପୋଲିସ ଏବଂ ଏସଡିଏମଙ୍କ ସହିତ ଢାବାରେ ଚଢ଼ଉ କରି ୧୨ ଯୁବତୀଙ୍କ ସମେତ ୨୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ତିନିଜଣ ବିଦେଶୀ ଯୁବତୀ ଅଛନ୍ତି । ୧୨ ଯୁବତୀ ଓ ୩ ଯୁବକ ଦେହ ବ୍ୟବସାୟ ଏବଂ ୯ ଜଣ ଯୁବକ ଜୁଆ ଖେଳୁଥିବା ସମୟରେ ଧରାହୋଇଥିଲେ। ଜୁଆ ଖେଳୁଥିବା ଯୁବକମାନଙ୍କଠାରୁ ୧.୬୩ ଲକ୍ଷ ଟଙ୍କା ଜବତ କରାଯାଇଛି।

ମୁରଥଲ ଢାବାରେ ଦେହ ବ୍ୟବସାୟ, ନିଶା କାରବାର ସହ ଜୁଆ ଖେଳ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ବୁଧବାର ରାତି ସାଢେ ୯ଟା ସମୟରେ ଡିଏସପି ଅଜିତ ସିଂଙ୍କ ନେତୃତ୍ୱରେ ମୁରଥଲ ଢାବା ଉପରେ ଚଢ଼ଉ କରାଯାଇଥିଲା। ୯ ଟି ଭିନ୍ନ ଭିନ୍ନ ଦଳ ଏକାସାଙ୍ଗରେ ରାତି ପ୍ରାୟ ସାଢେ ୯ଟା ସମୟରେ ଢାବାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସ୍ଥାନୀୟ ପୋଲିସ ଏବଂ ଏସଡିଏମ ମଧ୍ୟ ଉପସ୍ଥିତ ଥିଲେ। ଏହି ଟିମ୍ ୩ଟି ଢାବା – ହାପି, ରାଜା ଏବଂ ହୋଟେଲ ୱେଷ୍ଟରେ ଚଢ଼ଉ କରି ୧୨ ଯୁବତୀ ଓ ୩ ଯୁବକଙ୍କୁ ଗିରଫ କରିଥିଲେ। ୯ ଯୁବତୀ ଦିଲ୍ଲୀ, ୩ ଉଜବେକିସ୍ଥାନ, ତୁର୍କୀ ଓ ଋଷର ହୋଇଥିବା ଜଣାପଡ଼ିଛି ।

ଆଉ ଏକ ଟିମ ବ୍ରାଉନ ଷ୍ଟୋନ ଢାବାରେ ଚଢ଼ଉ କରିଥିଲା। ସେଠାରୁ ୯ ଯୁବକଙ୍କୁ ଜୁଆ ଖେଳୁଥିବେବେଳେ ଗିରଫ କରାଯାଇଥିଲା । ଯୁବକମାନେ ସୋନିପତ, ଦିଲ୍ଲୀ ଏବଂ ୟୁପିର ବୋଲି ଜଣାପଡିଛି। ସମୁଦାୟ ୯ଟି ଢାବାରେ ଚଢ଼ଉ କରାଯାଇଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts