ଦୁଇ ସାହାସୀ ବାଳକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯- ଗଣେଶ ପୂଜା ଦିନ ଯାଜପୁର ଜିଲ୍ଲା କୋରେଇ ବ୍ଲକର ସଡ଼କପୁର ପ୍ରାଇମେରୀ ସ୍କୁଲର ୬ ବର୍ଷର ଛାତ୍ର ଅବଦୁଲ ରୁମେନ ଖାନକୁ ପୋଖରୀରେ ବୁଡ଼ି ଯିବାରୁ ରକ୍ଷା କରିଥିବା ଦୁଇ ଛାତ୍ରଙ୍କୁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।

{"id":155983}

ଘଟଣାଦିନ, ବୁଡି ଯାଉଥିବା ରୁମେନର ପାଟି ଶୁଣି ନିକଟସ୍ଥ କୋରେଇ ନୋଡ଼ାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଶେଖ୍ ତୌସିଫ୍ ରାଜା ଏବଂ ମହମ୍ମଦ ସୋଏବ ଅଖତାର ନିଜ ଜୀବନକୁ ବାଜି ଲଗାଇ ତାକୁ ବଞ୍ଚାଇଥିଲେ । ସେମାନଙ୍କ ସାହସିକତା ପାଇଁ ପୂର୍ବରୁ ଉଭୟ ଛାତ୍ରଙ୍କୁ ସେମାନଙ୍କ ଅଞ୍ଚଳରେ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଥିଲା ।

{"id":155984}

 ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ, ସେମାନଙ୍କୁ ସ୍କଲ ବ୍ୟାଗ ଏବଂ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ, ଯାଜପୁର ସାଂସଦ ଶର୍ମିଷ୍ଟା ସେଠୀ, କୋରେଇ ବିଧାୟକ ଅଶେକ ବଳଙ୍କ ସମେତ ତିନି ବାଳକଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.