Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ନିଆରା ଚାଷୀ ସମାବେଶ: ବାହାରେ ଲକ୍ଷ ଲକ୍ଷ ଚାଷୀ, ମଂଚରେ ବି ନବୀନ ଓ ଚାଷୀ

27/01/2019 at 7:34 PM

ବ୍ରହ୍ମପୁର୨୭|୧: ମୁଖ୍ୟମନ୍ତୀଙ୍କ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ୧ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।  ଏହା ସହିତ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ରେ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ।  ସମାବେଶରେ ପ୍ରାୟ ଏକ ଲକ୍ଷ ଚାଷୀଙ୍କ ସମାଗମ ହୋଇଥିଲା।

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ନବୀନଙ୍କ ନିଆରା ଷ୍ଟାଇଲ । ଭଞ୍ଜବିହାର କ୍ୟାମ୍ପସ ପରିସରରେ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍‌ରେ ଓହ୍ଲାଇଥିଲା ନବୀନଙ୍କ ହେଲିକପ୍ଟର। ସେଠାରୁ ଏକ ବ୍ୟାଟେରି ଭେହିକ୍‌ଲରେ ମୁଖ୍ୟମନ୍ତ୍ରୀ ଆସିଥିଲେ ସଭାସ୍ଥଳକୁ। ଏୟାର ଷ୍ଟ୍ରିପର ଦୁଇ ପଟେ ଥିଲେ ହଜାର ହଜାର ଜନତା ।

 ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନଥିଲେ କୌଣସି ନେତା କି ମନ୍ତ୍ରୀ । ୭ ଚାଷୀ ସହ ସମାବେଶରେ ମଞ୍ଚସୀନ ହୋଇଥିଲେ ନବୀନ। ଆଉ ଏହିଠାରୁ ଆରମ୍ଭ ହୋଇଥିଲା କାଳିଆ ଖୁସି।

ଆପଣମାନେ ଖୁସି ତ …

କୃଷକ ମହାସମାବେଶରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପ୍ରାୟ ଏକ ଲକ୍ଷ ଚାଷୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷକଙ୍କ ସହ ସିଧାସଳଖ ସାକ୍ଷାତ କରି କାଳିଆ ଯୋଜନା ବିଷୟରେ ଅବଗତ କରାଇଥିଲେ।  ଜିଲ୍ଲାରେ ପ୍ରାୟ ୧ ହଜାର ୧୧ କୋଟି ଟଙ୍କା ର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ୭୧୬ କୋଟି ଟଙ୍କାର ୨୩୧ଟି ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ୨୯୬ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ସମାବେଶରେ ଚାଷୀଙ୍କ ଉପସ୍ଥିତିରେ ନେତା, ମନ୍ତ୍ରୀ, ବିଧାୟକ କିନ୍ତୁ ଖୁବ ଖୁସି । ରାଜ୍ୟରେ ଏଭଳି ଯୋଜନା କରି ଚାଷୀଙ୍କ ବିକାଶ ଓ ସମୃଦ୍ଧି ପ୍ରତି ସରକାର ସବୁବେଳେ ଚେଷ୍ଟା କରୁଥିବା କହିଛନ୍ତି ବରିଷ୍ଠ ମନ୍ତ୍ରୀ ଓ ନେତା।  ସେପଟେ ନବୀନଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି।

ଗୋଟିଏ ପଟେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନଚଳାଚଳ ପାଇଁ ବ୍ରହ୍ମପୁରବାସୀଙ୍କ ସ୍ବପ୍ନ ଅଧାରେ ରହିଯାଇଛି ଆଉ ଏବେ ଏୟାରଷ୍ଟ୍ରିପ ରେ ଲକ୍ଷାଧିକ ଲୋକଙ୍କ ସମାଗମ କରି ନବୀନ ଦେଖାଇଛନ୍ତି ତାଙ୍କର ଶକ୍ତି।  

   Related Posts