Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧୦ ହଜାର ଲୋକଙ୍କୁ ଜମିପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ୧୮ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର

15/11/2018 at 6:49 PM

ପୁରୀ ୧୫|୧୧: ଜାଗା ମିଶନ ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ପୁରୀ ଜିଲ୍ଲା ସମେତ ୮ଟି ଜିଲ୍ଲାର ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ବିରୋଧୀ କିନ୍ତୁ କାଗଜପଟ୍ଟା ଏବଂ ବାସ୍ତବତାକୁ ଚ୍ୟାଲେଞ୍ଜ କରି ନିର୍ବାଚନୀ ଗନ୍ଧ ବାରିଛନ୍ତି ।

‘‘ଜାଗା ମିଶନ’’ । ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର । ରାଜ୍ୟର  ସରକାର ୮ଟି ଜିଲ୍ଲାର ୧୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ପ୍ରମାଣ ପତ୍ର ବା ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭୂମିହୀନଙ୍କୁ ଦେଇଛନ୍ତି ଜମି ପଟ୍ଟା । ପୁରୀ ଜିଲ୍ଲାର ୨୨ଟି ବସ୍ତିର ୬ହଜାର ୫୦୦ ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ଦିଆଯାଇଛି ।

ମେ ୭ ତାରିଖରେ ବ୍ରହ୍ମପୁରରୁ ଏହି ମିଶନ୍ ଆରମ୍ଭ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସେତେବେଳେ ୨ ହଜାର ବସ୍ତି ଲୋକଙ୍କୁ ଜମିପଟ୍ଟା ଦେଇଥିଲେ । ଦୁଇବର୍ଷରେ ୧୦ ଲକ୍ଷ ଲୋକଙ୍କୁ ଜମି ଅଧିକାର ଦେବେ ବୋଲି କହିଥିଲେ । କିନ୍ତୁ ଆଜି ୧୦ ହଜାର ଲୋକଙ୍କୁ ଜମିପଟ୍ଟା ଦେଇ କହିଲେଣି, ୧୮ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର । ସରକାରଙ୍କ ଏଭଳି ସଂଖ୍ୟା ଖେଳ ଏବଂ କାଗଜ ପଟ୍ଟା ବନାମ ବାସ୍ତବତାକୁ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ । ଏହା ନିର୍ବାଚନୀ ଚାଲ୍ ବୋଲି କହୁଛନ୍ତି ସେମାନେ ।

ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା ବିଶ୍ବର ସର୍ବବୃହତ୍ ଯୋଜନା ବୋଲି କୁହାଯାଉଛି । ଏହି ଜାଗା ଉପରେ ହିତାଧିକାରୀମାନେ ଆବାସ ଯୋଜନାରେ ଘର, ପାଇପ ଜଳ, ରାସ୍ତା, ଏଲଇଡି ଲାଇଟ୍‌, ପାଇଖାନା ଆଦି ସୁବିଧା ସୁଯୋଗ ପାଇବେ ।

 

   Related Posts