Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’

29/10/2020 at 10:42 PM

ବାଲେଶ୍ବର୨୯/୧୦: ଗୁରୁବାର ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ଲାଟଫର୍ମରେ ବାଲେଶ୍ବର ଉପ-ନିର୍ବାଚନ କରିଛନ୍ତି। ଉପସ୍ଥିତ ବାଲେଶ୍ବର ସଦରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ନମସ୍କାର ଜଣାଇଥିଲେ। ନବୀନ କହିଥିଲେ ଯେ, ଆଜିର ଦିନଟିକୁ ଆମେ ଓଡିଶାବାସୀ କେବେବି ଭୁଲି ପାରିବା ନାହିଁ । ଆଜିକୁ ୨୧ ବର୍ଷ ତଳେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟା ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା ।  ଓଡିଶାର ଅର୍ଥନୀତି, ଭିତ୍ତିଭୂମି ସବୁକିଛି ନଷ୍ଟ ହୋଇଯାଇଥିଲା । ଓଡିଶାବାସୀଙ୍କର ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ମୁଣ୍ଡ ଟେକି ଉଠିଛି, ବିକାଶ ପଥରେ ଆଗକୁ ବଢୁଛି।

ସେ ଆହୁରି ମଧ୍ୟ କହିଥିଲେ, ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି ।  ଆଜି ଯଦି ମୁଁ ବାଲେଶ୍ୱର ଯାଇଥାନ୍ତି ତେବେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ । ମୋ ପାଇଁ ଜଣେ ବି କେହି ବିପଦରେ ପଡୁ ଏହା ମୁଁ କେବେ ଚାହେଁ ନାହିଁ । ସେଥିପାଇଁ ମୁଁ ଆଜି ଭିଡିଓ କନ୍‌ଫରେନ୍ସରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି । ବାଲେଶ୍ୱର ଉତ୍ତର ଓଡିଶାର ଏକ ମୁଖ୍ୟ ସହର । ବାଲେଶ୍ୱରରେ ଫକୀରମୋହନ ବିଶ୍ବ ବିଦ୍ୟାଳୟ ସହିତ ରାଜ୍ୟ ସରକାର ଏକ ନୂଆ ସରକାରୀ ମେଡିକାଲ କଲେଜ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବାଲେଶ୍ୱରର ବିକାଶକୁ କୁ ନେବା ପାଇଁ ମୁଁ ଚାହେଁ ।  ବସ୍ତିରେ ରହୁଥିବା ଗରୀବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁବିଧା ଉପରେ ମୁଁ ସବୁବେଳେ ଯୋର ଦେଇ ଆସିଛି । ନିକଟରେ ଆମେ ଏଇ ବାଲେଶ୍ୱରରୁ ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ପ୍ରତି ବସ୍ତିକୁ ଭଲ ରାସ୍ତା, ଭଲ ପିଇବା ପାଣି, ବିଜୁଳି ଓ ଅନ୍ୟ ସୁବିଧାର ବିକାଶ କରାଯାଉଛି । ପ୍ରତି ବସ୍ତିକୁ ଗୋଟିଏ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି ।  ସେହିପରି ଗରୀବ ଲୋକଙ୍କୁ ଭୂମି ଅଧିକାର ମଧ୍ୟ ଦିଆଯାଇଛି ।

ସେହିପରି ଗାଁରେ ରହୁଥବା ଭୂମୀହୀନ ଗରିବଙ୍କୁ ଜମି, ଘର କଚ୍ଚା ଘରକୁ ପକ୍କା ଘର, ଜମିକୁ ପାଣି, ଗାଁରେ ରାସ୍ତା, ବିଜୁଳି ଓ ଭଲ ପିଇବା ପାଣି  ମୋର ସ୍ବତନ୍ତ୍ର ଭାବେ  ରହିବ। ଆମର ମିଶନ ଶକ୍ତିର ମାଆ ମାନେ କୋଭିଡ୍ ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଆମର ମାଆ ମାନଙ୍କର ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣମାନେ ଭଲ କାମ ଜାରି ରଖନ୍ତୁ ।

   Related Posts