ଓୱେସୀଙ୍କ ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସମେତ ସାମିଲ ହେଲେ ଅନେକ ମନ୍ତ୍ରୀ

Published By : Prameya-News7 Bureau | September 23, 2020 IST

ହାଇଦ୍ରାବାଦ ୨୩/୦୯ : ମଙ୍ଗଳବାର ଦିନ ଅଲ ଇଣ୍ଡିଆ ଇଟେହାଦୁଲ ମୁସଲିମନ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଝିଅ ବାହାଘର ଥିଲା । ଓୱେସୀଙ୍କ ଝିଅ ବାହାଘର ତାଙ୍କ ବାସଭବନରେ ଆୟୋଜନ ହୋଇଥିଲା । କରୋନା ମହାମାରୀ ଯୋଗୁଁ ବାହାଘରକୁ ସୀମିତ ସଂଖ୍ୟାରେ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା ।

{"id":333346,"sizeSlug":"large"}

ପୁରୁଣା ହାଇଦ୍ରାବାଦ ଶାସ୍ତ୍ରିପୁରମ ସ୍ଥିତ ସାଂସଦଙ୍କ ବାସଭବନରେ ମଙ୍ଗଳବାର ରାତିରେ ବିବାହ ସମାରୋହ ହୋଇଥିଲା । ବିବାହ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ମନ୍ତ୍ରୀ ମହମୁଦ ଅଲି, ଇଟାଲା ରାଜେନ୍ଦ୍ର ଏବଂ ଅନେକ ଟିଆରଏସ ନେତା ମଧ୍ୟ ପହଞ୍ଚିଥିଲେ ।

{"id":333347,"sizeSlug":"large"}

ଅତିଥିଙ୍କ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ସୋମେଶ କୁମାର, ଡିଜିପି ମହେନ୍ଦ୍ର ରେଡ୍ଡୀ ଓ ହାଇଦ୍ରାବାଦ ପୋଲିସ ଆୟୁକ୍ତ ଅଂଜନୀ କୁମାର ମଧ୍ୟ ସାମିଲ ଥିଲେ । ଓୱେସୀଙ୍କ ଝିଅ ବାହାଘର ଡାକ୍ତର ଆବିଦ୍ ଅଲି ଖାନଙ୍କ ସହ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.