ନାଇଡୁଙ୍କ ଐତିହାସିକ ଘୋଷଣା : ଦୁଇରୁ ଅଧିକ ସନ୍ତାନ ଜନ୍ମ ହେଲେ ସରକାର ଦେବେ ପ୍ରତ୍ସାହନ ରାଶି, ଜାଣନ୍ତୁ କାରଣ କଣ

Published By : Prameya-News7 Bureau | December 30, 2018 IST

ବିଜୟୱାଡା ୩୦/୧୨ : ଦୁଇରୁ ଅଧିକ ସନ୍ତାନ ଜନ୍ମ ଲାଗି ଏଥର ମିଲିବ ପ୍ରୋତ୍ସାହନ ବା ଇନସେଣ୍ଟିଭ୍‌ | ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଥିବା ଛୋଟ ପରିବାର ସୁଖୀ ପରିବାର ନାରା ଏବେ ବଦଳିଯାଇଛି ଆନ୍ଧ୍ର ପ୍ରଦେଶରେ । ଖାଇବାକୁ ଯେତିକି ମୁହଁ ସୃଷ୍ଟି ହେବ ରୋଜଗାର କରିବାକୁ ମଧ୍ୟ ସେଥିକି ହାତ ସୃଷ୍ଟି ହେବ ବୋଲି ଯୁକ୍ତି କରି  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଏହି ନୂଆ ଘୋଷଣା କରିଛନ୍ତି | ଦୁଇରୁ ଅଧିକ ସନ୍ତାନର ଜନକ ପୌର ଏବଂ ପଞ୍ଚାୟତ  ନିର୍ବାଚନ ଲଢି ପାରିବେ ନାହିଁ ବୋଲି ପୂର୍ବରୁ ନିୟମ ରହିଥିଲା | ତେବେ ମୁଖ୍ୟମନ୍ତ୍ରୀ ନାଇଡୁଏହି ନିୟମକୁ ମଧ୍ୟ ରଦ୍ଦ କରିଛନ୍ତି |

ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ ପାଇଁ ପରିବାର ନିୟୋଜନ ନିୟମ ବିରୋଧରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଏଭଳି ଘୋଷଣା କରିଛନ୍ତି | ନାଇଡୁ କହିଛନ୍ତି ଯେ, ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଗତ ୧୦ ବର୍ଷ ମଧ୍ୟରେ ୧.୬ ପ୍ରତିଶତ ହ୍ରାସ ପାଇଛି | ସେ କହିଛନ୍ତି ଯେ, ଖାଇବା ପାଇଁ ଯେତିକି ଅଧିକ ହାତ ରହିବ ଆୟ ବୃଦ୍ଧି ପାଇଁ ମଧ୍ୟ ସେତିକି ଅଧିକ ହାତ ରହିବ | ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟର ସମୁଦାୟ ଜନସଂଖ୍ୟା ତୁଳନାରେ ଯୁବ ଜନସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିବା ନାଇଡୁ କହିଛନ୍ତି | ତେବେ ରାଜ୍ୟର ଜନସଂଖ୍ୟା ଯେତେ ଅଧିକ ବଢିବା ରାଜ୍ୟ ସେତିକି କୌଶଳୀ ଏବଂ ପ୍ରଗତିଶୀଳ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି |

ମୁଖ୍ୟମନ୍ତ୍ରୀ ଏହି ସ୍କିମକୁ ଠିକ ଦର୍ଶାଇବା ପାଇଁ ରାଜ୍ୟରେ ଲଗାତାର ଜନ୍ମ ହାର ହ୍ରାସ ପାଉଥିବା ଏକ କାରଣ ଭାବେ ଦର୍ଶାଇଛନ୍ତି | ସୂଚନା ଅନୁଯାୟୀ ୨୦୧୪ ମସିହାରେ ଜନ୍ମ ହାର ୧୦୦୦ ପିଛା ୩୭ ପ୍ରତିଶତ ଥିଲା | ୨୦୧୮ ମସିହା ବେଳକୁ ତାହା ଜନ୍ମ ହାର ହ୍ରାସ ପାଇ ୧୦.୫୧ ପ୍ରତିଶତ ହୋଇଯାଇଛି |

୨୦୧୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ଆଧାରରେ ଆନ୍ଧ୍ରପ୍ରଦେଶ ଦେଶର ୧୦ମ ସ୍ଥାନରେ ରହିଥିଲା | ଆନ୍ଧ୍ରପ୍ରଦେଶ ଠାରୁ ତେଲେଙ୍ଗାନା ରାଜ୍ୟ ଅଲଗା ହେବା ପୂର୍ବରୁ ଆନ୍ଧ୍ରପ୍ରଦେଶର ସମୁଦାୟ ଜନସଂଖ୍ୟା ୮.୪୬ କୋଟି ଥିଲା | ଏହାପରେ ୨୦୧୪ ମସିହାରେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଠାରୁ ଅଲଗା ହୋଇ ଅନ୍ୟ ଏକ ରାଜ୍ୟ ହୋଇଥିଲା | ୨୦୧୮ ଜନସଂଖ୍ୟା ଗଣନା ଅନୁସାରେ ଆନ୍ଧ୍ର ପ୍ରଦେଶର ଜନସଂଖ୍ୟା ୯.୦୨ କୋଟି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.