Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ଶନିବାର ଓ ରବିବାର ଏହି ୪ ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୧୦|୫: ବାତ୍ୟା ଥଇଥାନ କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ଫୋନୀ ପ୍ରଭାବିତ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଦ୍ବିତୀୟ ଶନିବାର ଓ ରବିବାର ଦିନ ମଧ୍ୟ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୧୧ ତାରିଖ ଦ୍ବିତୀୟ ଶନିବାର ଏବଂ ୧୨ ତାରିଖ ରବିବାର ଦିନ ମଧ୍ୟ ସରକାରୀ ଅଧିକାରୀମାନେ ଅନ୍ୟଦିନ ଭଳି କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ହୋଇଥିବା ଆସିଥିବା ଫୋନୀ ବାତ୍ୟା ଏହି ୪ଟି ଜିଲ୍ଲାକୁ ଛାରଖାର କରିଦେଇଛି । ହଜାର ହଜାର ଗଛ ଓ ଘର ଭାଙ୍ଗି ଯାଇଥିବାବେଳେ ପାଣି ଓ ବିଜୁଳି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ।

ଯଥାଶୀଘ୍ର ଲୋକଙ୍କୁ ପାଣି ଓ ବିଜୁଳି ଦେବା ପାଇଁ ସରକାର ଉଦ୍ୟମ କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ । ତୁହାକୁ ତୁହା ସଚ୍ଚିବାଳୟରେ ବୈଠକ ବସୁଛି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନର ଅଗ୍ରଗତି ସମୀକ୍ଷା କରୁଛନ୍ତି ।  

185 Views

   ସମ୍ବନ୍ଧିତ ଖବର