ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବମ ଲଗେଇ ଉଡେଇଦେବା ନେଇ ଧମକ; ଯୁବକ ଗିରଫ

Published By : Prameya-News7 Bureau | November 25, 2018 IST

ଯୋଧପୁର ୨୫/୧୧ : ଜୟପୁର କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ଶନିବାର ଅପରାହ୍ନରେ ଏକ ଧମକପୁର୍ଣ କଲ ଆସିଥିଲା | ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ହତ୍ୟା ବମ ଉଡାଇ ହତ୍ୟା କରିବାକୁ ନେଇ ଆସିଥିଲା ଏହି ଧମକପୂର୍ଣ କଲ | ପୋଲିସ ସଂଗେସଂଗେ ସେହି ନମ୍ବରକୁ ଟ୍ରେସ କରିଥିଲା | ଟ୍ରେସ କରିବାରୁ ଜଣାପଡିଥିଲା କଲଟି ଯୋଧପୁର ଜିଲ୍ଲାର ଓସିୟାରୁ ଆସିଥିଲା | ସେଠାରୁ ପୋଲିସ ଜଣେ ଯୁବକକୁ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ଶନିବାର ଦିନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କର ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା | ତେବେ ଅପରାହ୍ନ ପ୍ରାୟ ୧୨ଟା ବେଳେ ସେହି ଧମକପୂର୍ଣ ଫୋନ କଲ ଆସିଥିଲା | କଲ ଆସିବା ପରେ ଜୟପୁର କମିଶନରେଟ ପୋଲିସ ଯୋଧପୁରକୁ ଏହି କଲ ସମ୍ପର୍କରେ ସୂଚନା ଦେଇଥିଲା | ଯୋଧପୁର ପୋଲିସ ଲୋକେସନ ଆଧାରର ମାମଲାର ଯାଞ୍ଚ ଆରମ୍ଭ କରିଥିଲା | ଫୋନ କଲ ଟ୍ରେସ କରି ପୋଲିସ ଡାବଡୀ ଗାଁରେ ପହଞ୍ଚିଥିଲା | ଫୋନ କଲ ସେହି ଗାଁରୁ ଯାଇଥିଲା | ତେବେ ମୁଖ୍ୟମନ୍ତ୍ରୀଙ୍କୁ ବମ ଲଗେଇ ଉଡେଇଦେବା ନେଇ ଧମକପୂର୍ଣ କଲ କରିଥିବା ଯୁବକ ହେଲା ମହେନ୍ଦ୍ର ସିଂ ରାଜପୁତ | ପୋଲିସ ଉକ୍ତ ଯୁବକକୁ ଗିରଫ କରି ପଚରାଉଚୁରା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.