ଛତିଶଗଡ ରାଜନୀତି ସରଗରମ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୟୁପି ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ, ଦିଲ୍ଲୀରେ ଡେରା ପକାଇଲେ ବିଧାୟକ

Published By : Prameya-News7 Bureau | October 02, 2021 IST

ରାୟପୁର ୦୨।୧୦: ପଞ୍ଜାବ ପରେ ଛତିଶଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି ଧିରେ ଧିରେ ବଢିବାରେ ଲାଗିଛି। ଏହା କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା ମଧ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ସହିତ ସମସ୍ତ ପାର୍ଟି ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଅନ୍ୟପଟେ ଦିଲ୍ଲୀରେ ଛତିଶଗଡ କଂଗ୍ରେସ ବିଧାୟକଙ୍କ ଆଗମନ ଆରମ୍ଭ ହୋଇ ଯାଇଛି। କଂଗ୍ରେସ ବିଧାୟକ ବୃହସ୍ପତ ସିଂହ ଦାବି କରିଛନ୍ତି, ଶନିବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ୩୫ ବିଧାୟକ ପହଞ୍ଚୁ ଥିବା ବେଳେ ରବିବାର ଆହୁରି ବିଧାୟକ ଆସିବେ। ଆମେ ରାଜ୍ୟ ପ୍ରଭାରୀ ପିଏଲ ପୁନିଆ ଏବଂ ପାର୍ଟି ହାଇକମାଣ୍ଡଙ୍କୁ ସାକ୍ଷାତ କରିବୁ। ବର୍ତ୍ତମାନ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇ ନାହିଁ।

ଏହା ପୂର୍ବରୁ ଶୁକ୍ରବାର ଛଅ ବିଧାୟକ ଦିଲ୍ଲୀ ପହଞ୍ଚି ସାରିଥିଲେ। ଛତିଶଗଡରେ ମଧ୍ୟ ପଞ୍ଜାବ ପରି ନେତୃତ୍ଵ ପରିବର୍ତ୍ତନ ଦାବି ଦୀର୍ଘ ସମୟରୁ ଚାଲି ଆସିଛି। ଗତ କିଛି ଦିନରେ ପ୍ରାୟ ୧୫ କଂଗ୍ରେସ ବିଧାୟକ  ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି। ଏହାର ଉଦ୍ଦେଶ୍ୟ ହାଇକମାନଣ୍ଡଙ୍କ ଉପରେ ଚାପ ପକାଯାଇ ପାରିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ  ଭୂପେଶ ବଘେଲ ଲଗାତାର କହି ଆସୁଛନ୍ତି ଯେ, ତାଙ୍କ ଉପରେ କୌଣସି ସଙ୍କଟ ନାହିଁ। କିନ୍ତୁ ଭିତିରିଆ ପାର୍ଟିରେ ଅଢେଇ-ଅଢେଇ ବର୍ଷ  ପାଇଁ ମୁଖ୍ୟମନ୍ତ୍ରୀ ଦାବି ଉଠି ଆସିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.