Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଆଜି ନ୍ୟାସନାଲ ସ୍ପୋର୍ଟସ୍‌ ଡେ : ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

29/08/2019 at 5:41 PM

ଭୁବନେଶ୍ବର ୨୯/୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର ୧୦୦ରୁ ଅଧିକ ସଫଳ କ୍ରୀଡ଼ାବିତ୍‌, ସାହସିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣଙ୍କୁ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀର ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସବୁ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି । ….

ଆଜି ହେଉଛି ନ୍ୟାସନାଲ ସ୍ପୋର୍ଟସ୍‌ ଡେ । ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ରାଜ୍ୟର ୧୦୦ରୁ ଅଧିକ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀରେ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ା, ସାହସିକତା ଓ ସମାଜସେବା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି । ପାରା ବ୍ୟାଡ୍‌ମିଣ୍ଟନ ଓ୍ବାର୍ଲଡ୍‌ ଚାମ୍ପିଅନ ପ୍ରମୋଦ ଭଗତ, ଆଥଲେଟ୍‌ ଦୁତୀ ଚାନ୍ଦ, ଭକ୍ତରାମ ଦେସ୍ତି, ବବ୍‌ଲୁ ମୁଣ୍ଡା, ଝିଲି ଦଳବେହେରା, ସ୍ନେହା ସୋରେନ୍‌ଙ୍କ ଭଳି କ୍ରୀଡ଼ାବିତ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି । ସେହିଭଳି ସାହସିକତା ପାଇଁ  ଅନୁଗୋଳର କୁନିଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଛୋଟ ଝିଅଟି ତା’ର ସାଙ୍ଗକୁ ନଦୀରେ ବୁଡ଼ିଯାଉଥିବା ବେଳେ ଉଦ୍ଧାର କରି ନିଜ ସାହସିକତାର ପ୍ରମାଣ ଦେଇଥିଲା । ସେହିଭଳି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକର ରାଧାକାନ୍ତ ତ୍ରିପାଠୀ, ପୁରୀର  ବଦ୍ରୀ ମିଶ୍ର, ନୂଆପଡ଼ାର ମହେନ୍ଦ୍ର ଯୋଶୀ, କୋରାପୁଟର କାମାକ୍ଷା ମାଝୀ, ବଲାଙ୍ଗିରର ରାମ ଦାସ, କେନ୍ଦୁଝରର ଅବଦୁଲ ଖାନ୍‌ଙ୍କୁ ସମ୍ମାନିତ କରାଯାଇଥିଲା । ବିଶ୍ବସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ତା’ର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଛି । ସେହିଭଳି ବିଶ୍ବ ମାନଚିତ୍ରରେ ଭୁବନେଶ୍ବର ଏକ ସ୍ପୋର୍ଟସ୍‌ କ୍ୟାପିଟାଲର ମାନ୍ୟତା ହାସଲ କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏଥି ସହ ରାଜ୍ୟର କୃତୀ ଖେଳାଳୀଙ୍କୁ କ୍ରୀଡ଼ା ଦିବସର ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା  ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ସ୍ପୋର୍ଟସ ସ୍କୁଲର ବ୍ୟବସ୍ଥା କରାଯିବ ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ ।

୨୦୦୧-୦୨ରୁ ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଖେଳାଳୀମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନୀତ କରାଯାଉଛି ।

   Related Posts