Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମନ୍ତ୍ରୀ ଓ ବରିଷ୍ଠ ଅଫିସରମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

22/10/2019 at 9:30 PM

ଭୁବନେଶ୍ୱର ୨୨।୧୦ ଜିଲ୍ଲା ଗସ୍ତ ବେଳେ ସଂପୃକ୍ତ ଜିଲ୍ଲାରେ ଥିବା ଅନାଥାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର, ସ୍କୁଲ, ଶିଶୁମାନଙ୍କ ଯତ୍ନ ପାଇଁ ଥିବା ସରକାରୀ ଅନୁଷ୍ଠାନ ସହ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହ ବାହାରେ ମଧ୍ୟାହ୍ନ ଭୋଜନ ନ କରି ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ନିଜ ମନ୍ତ୍ରୀ ଓ ବରିଷ୍ଠ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରରେ ଅନାଥ, ମହିଳା, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ପାଇଁ ଥିବା ଏ ସରକାରୀ ଅନୁଷ୍ଠାନ କେତେ ଦକ୍ଷତାର ସହ କାମ କରୁଛି ତାହାକୁ ମନ୍ତ୍ରୀମାନେ ଅନୁଧ୍ୟାନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଏଥିପାଇଁ ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯିବା ବେଳେ ପୂର୍ବ ସୂଚନା ନଦେଇ ଉପରୋକ୍ତ ଅନୁଷ୍ଠାନଗୁଡ଼ିକୁ ଯାଇ ଅଚାନକ ଯାଞ୍ଚ କରନ୍ତୁ । ଏହାଦ୍ୱାରା ମନ୍ତ୍ରୀମାନେ ଏ ଅନୁଷ୍ଠାନଗୁଡ଼ିକରେ କ’ଣ ସବୁ ସମସ୍ୟା ଅଛି ତାହା ପ୍ରତ୍ୟକ୍ଷ ଭାବେ ଜାଣିପାରିବେ । ଏହାଦ୍ୱାରା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏ ଅନୁଷ୍ଠାନଗୁଡ଼ିକରପରିଚାଳନାରେ ଉନ୍ନତି ଆସିବା ସହ ପ୍ରତିବନ୍ଧକ ହଟି ସମସ୍ୟାର ସମାଧାନ ହୋଇପାରିବ । ଜିଲ୍ଲା ଗସ୍ତ ବେଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଭଳି ଅନୁଧ୍ୟାନ କରନ୍ତୁ ଏବଂ ମଧ୍ୟାହ୍ନଭୋଜନ ଖାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ମନ୍ତ୍ରୀମାନେ ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ କଲେ ଖାଦ୍ୟର ଗୁଣବତ୍ତା ସଂପର୍କରେ ଭଲ ଭାବରେ ଜାଣିପାରିବେ । ତେବେ ଏ ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସାଙ୍ଗରେ ଯେପରି ୩-୪ ଜଣରୁ ଅଧିକ ଲୋକ ନ ଯାଆନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଗସ୍ତ ବେଳେ ନିଜ ଆଖିରେ ଯାହାସବୁ ଦେଖିଲେ ସେ ସଂପର୍କରେ ମନ୍ତ୍ରୀମାନେ ମାସିକିଆ ଗସ୍ତ ରିପୋର୍ଟରେ ବିସ୍ତୃତ ସୂଚନା ଦିଅନ୍ତୁ । ଏହାସହ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଆଣିଲେ ଏହି ସବୁ ଅନୁଷ୍ଠାନ ଅଧିକ ଦକ୍ଷତାର ସହ କାମ କରିବ ଓ ଲୋକମାନେ ସୁଫଳ ପାଇପାରିବେ ସେ ସଂପର୍କରେ ମଧ୍ୟ ମନ୍ତ୍ରୀମାନେ ପରାମର୍ଶ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୫ମ ପାଳିରେ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ପରେ ବିକଶିତ ଓଡ଼ିଶା ଗଠନ କରିବାକୁ ନୂଆ ପଦକ୍ଷେପ ନେଉଛନ୍ତି । ଏପରିକି ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକଙ୍କୁ ରଖିବାକୁ ‘ ୫-ଟି’ ଓ ‘ ମୋ ସରକାର’ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମନ୍ତ୍ରୀମାନେ ପ୍ରତି ମାସରେ କ’ଣ କାମ କରିଛନ୍ତି ତା’ର ରିପୋର୍ଟ କାର୍ଡ ତାଙ୍କ କାର୍ଯ୍ୟାଳୟକୁ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ମନ୍ତ୍ରୀମାନେ ମାସିକିଆ ରିପୋର୍ଟ କାର୍ଡ ଦାଖଲ କରୁଥିଲା ବେଳେ ଏବେ ଏହିସବୁ ଅନୁଷ୍ଠାନ ପରିଦର୍ଶନ କରିବା ସହ ମଧ୍ୟାହ୍ନଭୋଜନ ଗ୍ରହଣ କରିବେ । ସଚିବ ଓ ଅନ୍ୟ ବରିଷ୍ଠ ଅଧକାରୀମାନେ ଏଣିକି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ପରାମର୍ଶ ମାନିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।

   Related Posts