Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ, ୨୪ଟି ସ୍ଥାନରେ ଏକକାଳୀନ ରେଡ୍

13/07/2020 at 10:18 AM

ଜୟପୁର, ୧୩।୦୭:  ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆୟକର ବିଭାଗ ଆକ୍ସନ ନେବା ଆରମ୍ଭ କରିଦେଇଛି । ଆୟକର ବିଭାଗର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି । ଗେହଲଟଙ୍କ ସହଯୋଗୀ ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଆରୋରାଙ୍କ ଘରେ ବିଭାଗ ରେଡ୍ କରିଛି  ।

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟ ତଥା ଜ୍ୱେଲାରୀ ଫାର୍ମର ମାଲିକ ରାଜୀବ ଆରୋରାଙ୍କ ଘରେ ସୋମବାର ସକାଳେ ଆୟକର ବିଭାର ରେଡ୍ କରିଛି । ତେବେ ସ୍ଥାନୀୟ ପୋଲିସକୁ ଏହି ଚଢାଉ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବିଭାଗ ସିଆରପିଏଫ ସହ ମିଶି ଏହି ରେଡ୍ କରିଛି ।

ରାଜୀବଙ୍କ ବ୍ୟତୀତ ଧର୍ମେନ୍ଦ୍ର ରାଠୋରଙ୍କ ଘର ଓ ଅଫିସରେ ବିଭାଗ ଚଢାଉ କରିଛି । ଧର୍ମେନ୍ଦ୍ର ଗେହଲଟଙ୍କ ବହୁତ ଖାସ୍ ଅଟନ୍ତି । ଏପରିକି ବିବାଗ ସେମାନଙ୍କ ଦେଶ ବାହାରେ ହୋଇଥିବା ଅର୍ଥ ନେଣଦେଣ ବାବଦରେ ମଧ୍ୟ ଖୋଳତାଡ ଆରମ୍ଭ କରିଛି । ଏକକାଳିନ ୨୪ଟି ସ୍ଥାନରେ ଚଢାଉ କରାଯାଉଛି ।

ଏହି ଚଢାଉକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି । ଗେହଲଟ୍ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ପୋଲିସକୁ ନଜଣାଇ କିପରି ଏହା କରାଗଲା ବୋଲି ଦଳ ପ୍ରଶ୍ନ କରିଛି ।

   Related Posts