Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗୌତମ ଗମ୍ଭୀରଙ୍କ ସାହାଯ୍ୟ ଉପରେ କହିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ- ଅର୍ଥ ନୁହଁ ପାରିବେ ଯଦି ଆପଣ PPE କିଟ୍ ବ୍ୟବସ୍ଥା କରାଇ ଦିଅନ୍ତୁ

6/04/2020 at 5:47 PM

ନୂଆଦିଲ୍ଲୀ ୦୬।୦୪: ପୂର୍ବତନ କ୍ରିକେଟ୍ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ସରକାରଙ୍କ ହସ୍ପିଟାଲରେ ମେଡିକାଲ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ଓ କୋଭିଡ୍-୧୯ ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ କହିଛନ୍ତି। ଏହି ବାବଦରେ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପତ୍ର ଲେଖି ସେ ନିଜଠୁ ୫୦ ଲକ୍ଷ ଟଙ୍କା ଏବଂ ସାଂସଦ ନିଧିରୁ ୫୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି।

ଏହାର ପ୍ରତି ଉତ୍ତରରେ କେଜ୍ରିଓ୍ଵାଲ ଗମ୍ଭୀରଙ୍କୁ ଧନ୍ୟବାଦ ଦେଇଛନ୍ତି। କେଜ୍ରିଓ୍ଵାଲ୍ ଟୁଇଟ୍ କରି କହିଛନ୍ତି ଯେ, ଅର୍ଥର ଅଭାବ ନାହିଁ। ସଂପ୍ରତି ପିପିଇ କିଟ୍ସର ଅଭାବ ରହିଛି। ଆମେ ଆପଣଙ୍କଠାରେ କୃତଜ୍ଞ ରହିବୁ ଯଦି ଆପଣ କେଉଁଠି ବି ତତ୍କାଳ ମେଡିକାଲ କିଟ୍‌ର ବ୍ୟବସ୍ଥା କରି ଦେବେ। ଦିଲ୍ଲୀ ସରକାର ପିପିଇ କିଟ୍ କିଣିବାକୁ ପ୍ରସ୍ତୁତ।

ଅନ୍ୟପଟେ ସୋମବାର ଗୌତମ ଗମ୍ଭୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଦିଲ୍ଲୀ ସରକାରର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ବୟାନ ଦେଇଥିଲେ ଯେ, ଦିଲ୍ଲୀ ସରକାରର ହସ୍ପିଟାଲରେ ଉପକରଣର ଅଭାବ ଦୂର ପାଇଁ ଫଣ୍ଡର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଧ୍ୟାନରେ ରଖି ମୁଁ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବି। ମୁଁ ଆଶା କରୁଛି ଯେ, ଏହି ରାଶି ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ଉପକରଣ ଓ କୋଭିଡ୍ ୧୯ ରୋଗୀଙ୍କ ଆବଶ୍ୟକତାକୁ ପୂରା କରିବ।

   Related Posts