କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଦେଶ ରାଜଧାନୀ ଦିଲ୍ଲର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଛି | ତାଙ୍କୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ହେଉଛି | ତାଙ୍କର କରୋନା ଟେଷ୍ଟ କରାଯିବ | ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ଦିନ ହାଲୁକା ଜ୍ୱର ହୋଇଥିଲା |ସେଥିପାଇଁ ସେ ରବିବାର ଅପରାହ୍ନରେ ହେବାକୁଥିବା ବୈଠକ ରଦ୍ଦ କରିଥିଲେ | ସେ ନିଜକୁ ଆଇସୋଲେଟ କରିଛନ୍ତି | 

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରତିଦିନ ଅପରାହ୍ନରେ ଦିଲ୍ଲୀରେ କରୋନା ମାମଲା ସମ୍ପର୍କରେ ମିଡ଼ିଆ ସହ କଥାବାର୍ତ୍ତା କରନ୍ତି | କିନ୍ତୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ଯୋଗୁଁ ସେ ଆଜିର ବୈଠକ କୟାନସେଲ କରିଛନ୍ତି | ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ଭାଇରସ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଦିଲ୍ଲୀ ସରକାର ଓ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି | ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି | ଦେଶରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଇସୋଲେଟ କରିବା ଏହା ଦ୍ୱିତୀୟ ମାମଲା | ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ କରୋନା ପଜିଟିଭ ବାହାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.