ବଳଦେବଜୀଉ ମନ୍ଦିର ସହ ତୁଳସୀ କ୍ଷେତ୍ରର ବିକାଶ ପାଇଁ ୮.୫ କୋଟି ଟଙ୍କା ମଞ୍ଜୁର

Published By : Prameya-News7 Bureau | November 05, 2019 IST

ଭୁବନେଶ୍ୱର ୦୫।୧୧- ବଦଦେବଜୀଉ ମନ୍ଦିର ସହ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ମନ୍ଦିର ଟ୍ରଷ୍ଟ ଓ ସେବାୟତଙ୍କ ସହ ଭିଡିଓ କନ୍‌ଫରେସିଂ ଜରିଆରେ କଥା ବାର୍ତା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କାକୁ ମଞ୍ଜୁର କରିଛନ୍ତି । ଏହା ନର୍ଦ୍ଦମା ନିର୍ମାଣ ଓ ମରାମତି , ରାସ୍ତାର ବିକାଶ , ତୀର୍ଥ ପୁଷ୍କରଣୀର ବିକାଶ ଓ ଆଧ୍ୟାତ୍ମିକ ଉଦ୍ୟାନର ବିକାଶରେ ଖର୍ଚ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.