Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗରିବ ଓ ଉଠାଦୋକାନୀଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ମୁଖ୍ୟମନ୍ତ୍ରୀ : ସେପଟେ ରାଜ୍ୟ ବାହାରେ ଓଡିଆଙ୍କୁ ସହଯୋଗ ଲାଗି ଆହ୍ଵାନ

28/03/2020 at 8:31 PM

ଭୁୁୁବନେଶ୍ୱର ୨୮। ୦୩: କରୋନା ଲକ୍ ଡାଉନ୍ ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏସଏଚଜି ମହିଳାଙ୍କ ଦ୍ବାରା ଏହି ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସେହିଭଳି ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବାକୁ ଓଡ଼ିଆ ସଂଗଠନ ଗୁଡ଼ିକ ଆଗେଇ ଆସିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଲକ୍ ଡାଉନ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ଦିଆଯିବ ରନ୍ଧାଖାଦ୍ୟ । ପଞ୍ଜୀକୃତ ଉଠାଦୋକାନୀଙ୍କୁ ମିଳିବ ୩ହଜାର ଟଙ୍କାର ଆର୍ଥିକ ସହାୟତା । କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟ ସରକାର ୨୨ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଆଜି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି ।

ଲକ୍ ଡାଉନ୍ ସମୟରେ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହେଉଥିବାରୁ ଏଣିକି ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏସଏଚଜି ମହିଳାଙ୍କ ଦ୍ବାରା ଏହି ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ।

ସେହଭଳି ତାଲାବନ୍ଦ ଯୋଗୁଁ ଉଠା ଦୋକାନୀମାନେ ଅଧିକ ପ୍ରଭାବିତ ହେଉଥିବାରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଥିବା ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜୀକୃତ ହୋଇଥିବା ଉଠାଦୋକାନୀଙ୍କୁ ୩୦୦୦ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଏହା ଦ୍ବାରା ୬୫ହଜାର ଉଠା ଦୋକାନୀ ଉପକୃତ ହୋଇପାରିବେ ।

ସେହିଭଳି ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ଓଡ଼ିଆ ସଂଗଠନଗୁଡ଼ିକ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ସମୟରେ ରାଜ୍ୟର ବହୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । କରୋନା ସଂକ୍ରମଣ ସାଙ୍ଗକୁ ଘରକୁ ଫେରିବା ଚିନ୍ତାରେ ଘାଣ୍ଟି ହେଉଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ବାହାରେ ଥିବା ଓଡ଼ିଆ ସଂଗଠନ ଗୁଡ଼ିକର ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । 0674-2392115 ଓ 9438915986 ହ୍ବାଟ୍ସଆପ୍ ନମ୍ବର ଜରିଆରେ ବାହାରେ ଥିବା ଓଡ଼ିଆମାନେ ସେମାନଙ୍କ ନାଁ , ଠିକଣା ସହ ସେମାନେ କିପ୍ରକାର ସାହାଯ୍ୟ ଚାହୁଁଛନ୍ତି ସେ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇ ପାରିବେ ।

   Related Posts