ଘର ମାଲିକଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଭଡ଼ାଟିଆଙ୍କୁ ତିନିମାସ ଭଡ଼ା ମାଗନ୍ତୁନାହିଁ

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: ସାରାଦେଶରେ କରୋନା ସ୍ଥିତିକୁ ଦେଖି ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।ଲକ୍‌ଡାଉନ୍‌ ସ୍ଥିତିକୁ ଦେଖି ଉଭୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଘର ଭଡ଼ାକୁ ଲଗାଇଥିବା ମାଲିକମାନେ ଭଡ଼ାଟିଆଙ୍କୁ ସହାୟତାର ହାତ ବଢ଼ାନ୍ତୁ । ଆଗାମୀ ୩ ମାସ ଯାଏ ଘର ଭଡା ମାଗନ୍ତୁନାହିଁ । ଘର ଭଡ଼ା ନ ଦେବା କାରଣରୁ କାହାକୁ ଘର ଛାଡ଼ିବାକୁ କୁହନ୍ତୁନାହିଁ । ମାନବିକତା ଦେଖାଇ କରୋନା ଯୁଦ୍ଧରେ ସାମିଲ ହୁଅନ୍ତୁ । ସମସ୍ତ ଘର ମାଲିକଙ୍କ ଉଦ୍ଦେଶ୍ୟରେ ଆଜି ଟ୍ୱିଟ୍‌ କରି ଏଭଳି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

wp:core-embed/twitter {"url":"https://twitter.com/Naveen_Odisha/status/1245735184965595138","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1245735184965595138
/wp:core-embed/twitter

ମୁଖ୍ୟମନ୍ତ୍ରୀ ତାଙ୍କ ଅପିଲ୍‌ରେ କହିଛନ୍ତି, କୋଭିଡ୍‌-୧୯ ଯୋଗେ ସାରା ବିଶ୍ୱ ଆଗରେ ଏକ ସଙ୍କଟ ଦେଖାଦେଇଛି । ଆମ ରାଜ୍ୟରେ ଆମେ ସମସ୍ତେ ମିଳିତ ହୋଇ ଏହାର ମୁକାବିଲା କରିବା । ସମସ୍ତେ ସମସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇବା । ଏଭଳି ବିପଦ ସମୟରେ ମାନବିକତା ଦେଖାଇ ଘର ଭଡ଼ା ନ ମାଗିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.