ଆଶାକର୍ମୀଙ୍କ ପାଇଁ ଆନୁସଙ୍ଗିକ ସହାୟତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 10, 2018 IST

ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁ ହାର କ୍ଷେତ୍ରରେ ଉତ୍ସାହଜନକ ହ୍ରାସ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଗୁଡ଼ିକରେ ମଧ୍ୟ ଅନେକ ଉନ୍ନତି ଆସିଛି। ଏହି ପରିପ୍ରେକ୍ଷୀରେ ଗାଁ ଓ ସହରବସ୍ତି ଅଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀମାନଙ୍କର କର୍ତ୍ତବ୍ୟନିଷ୍ଠା ନିଃସ୍ବାର୍ଥପର ସେବା ନିମନ୍ତେ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଗୁଡ଼ିଏ ଲୋକାଭିମୁଖୀ ପଦକ୍ଷେପ ନିଆଯାଉଛି, ଯାହାର ସଫଳ ରୂପାୟନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନର ଦାୟିତ୍ବ ଦିଆଯାଇଛି। ଏହି ଅବସରରେ ଆମ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଉର୍ଦ୍ଧ୍ବ ଆଶାମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ସହିତ ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଓ ନିଜ ଦାୟିତ୍ବକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟକ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ ଟ.୧୦,୦୦୦/-ର ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଉକ୍ତ ସହାୟତା ରାଶିରୁ ଆଶାମାନେ ନିମ୍ନ ସାମଗ୍ରୀମାନ କ୍ରୟ କରି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିପାରିବେ। ସାଇକେଲ: ଗ୍ରାମ ଓ ସହରାଞ୍ଚଳରେ କାର୍ଯ୍ୟରତ ଆଶାମାନଙ୍କ ଯାତାୟକୁ ସୁଗମ କରିବା ଲକ୍ଷ୍ୟରେ ସମସ୍ତ ଆଶାକର୍ମୀଙ୍କ ପାଇଁ ସାଇକେଲର ବ୍ୟବସ୍ଥା। ଆଲମିରା: ଆଶାକର୍ମୀଙ୍କ ପାଖରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ଔଷଧ ଓ ସାନିଟାରୀ ନାପକିନ ଆଦିର ନିରାପଦ, ସଂରକ୍ଷଣ ତଥା ନିତ୍ୟ ବ୍ୟବହାର କରୁଥିବା ତଥ୍ୟ, ସୂଚନା ଓ ବିବରଣୀ ପୁସ୍ତିକା ଗୁଡିକୁ ସାଇତି ରଖିବା ପାଇଁ ଷ୍ଟିଲ ଆଲମିରା କ୍ରୟ କରିବା ପାଇଁ ସହାୟତା ଛତା : ଲୋକମାନଙ୍କ ପାଇଁ କର୍ତବ୍ୟ ସମ୍ପାଦନା କରିବା ସମୟରେ ଆଶାକର୍ମୀ ମାନେ ଖରା ଓ ବର୍ଷାର ସମ୍ମୁଖୀନ ଆହୋଇଥାନ୍ତି , ତେଣୁ ଖରା ଓ ବର୍ଷାରୁ ସୁରକ୍ଷା ଦେବା ପାଇଁ ସମସ୍ତେ ଆଶାକର୍ମୀ ମାନଙ୍କୁ ଛତା କ୍ରୟ କରିବା ପାଇଁ ସହାୟତା ଟର୍ଚ୍ଚ ଲାଇଟ : କାର୍ଯ୍ୟ ସମ୍ପାଦନା କରିବା ସମୟରେ ବେଳେ ବେଳେ ଆଶାକର୍ମୀ ମାନଙ୍କୁ ରାତିରେ ମଧ୍ୟ ଘରକୁ ଘର ଯିବାକୁ ପଡିଥାଏ | ରାତ୍ରି ସମୟରେ ମଧ୍ୟ ତାଙ୍କ ଯାତାୟାତକୁ ସୁଗମ କରିବାକୁ ସମସ୍ତ ଆଶାକର୍ମୀ ମାନଙ୍କୁ ଟର୍ଚ୍ଚ ଲାଇଟ କ୍ରୟ କରିବା ପାଇଁ ସହାୟତା ଚପଲ : ଅସକର୍ମୀମାନଙ୍କ ପାରିଛନତାକୁ ଦୃଷ୍ଟିରେ ରଖି ସମସ୍ତ ଆଶାକର୍ମୀ ମାନଙ୍କୁ ଚପଲ କ୍ରୟ କରିବା ପାଇଁ ସହାୟତା ଇଟାତ ବ୍ୟତୀତ ଆଶା ଅବ୍ୟାହତି ଯୋଜନା ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାର ତାଙ୍କ ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଗଲା | ଏଣିକି ଯେଉଁ ଆଶାକର୍ମୀ ଅତି କାମରେ ୧୦ ବର୍ଷ କାର୍ଯ୍ୟ କରି ସ୍ବେଛାକୃତ ଭାବେ ଅବ୍ୟାହତ ନେବେ ବା ୬୨ ବର୍ଷ ବୟସରେ ଆଶାକର୍ମୀ କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ଏହି ଆର୍ଥିକ ସହାୟତ ସେମାନଙ୍କୁ ପ୍ରଦାନ କରାଯିବ | ବିଜେପିର ବିରୋଧ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି କଡା ଭାଷାରେ ସମାଲୋଚନା କରିଛି | ବିଜେପି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଘୋଷଣା କରାଯାଇଛି | ପ୍ରକୃତରେ ଅସକର୍ମୀଙ୍କ ପାଇଁ ଯଦି ମୁଖ୍ୟମନ୍ତ୍ରୀଙ୍କ ଦରଦ ରହିଛି ତାହାହେଲେ ମାସିକ ଭତ୍ତା ଘୋଷଣା କରନ୍ତୁ | ଏଥିରୁ କୌଣସି ସୁଫଳ ମିଳିବ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.