ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଲୋକଙ୍କ ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ପ୍ୟାକେଜ୍

Published By : Prameya-News7 Bureau | September 02, 2019 IST

ପୁରୀ ୨।୯: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ଘୋଷଣା ହୋଇଛି ପ୍ୟାକେଜ୍ । ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷତି ମଠ ଓ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ । ମଠଗୁଡିକର ଆର୍ଥିକ ଉନ୍ନତି ପାଇଁ ଦୋକାନ ଘର ଦିଆଯିବ । ସ୍ବତନ୍ତ୍ର ଥଇଥାନ ଓ ପୁର୍ନବାସ ନୀତି ଅନୁଯାୟୀ ମିଳିବ କ୍ଷତିପୂରଣ । କ୍ଷତିଗ୍ରସ୍ତ ସମସ୍ତ ପରିବାରକୁ କ୍ଷତିପୂରଣ ମିଳିବ । ୩ଟି ଇଚ୍ଛାଧିନରୁ ଗୋଟିଏକୁ ବାଛିବେ ବିସ୍ଥାପିତ ପରିବାର ।

୧.ଏକକାଳୀନ ୩୦ ଲକ୍ଷ ନେଇପାରିବେ ।

୨.୫୨୦ ବର୍ଗଫୁଟ ପରିମିତ ଘର ନେଇପାରିବେ । ଶ୍ରୀମନ୍ଦିରଠାରୁ ୧.୫ କିମି ଅଞ୍ଚଳ ମଧ୍ୟରେ ମିଳିବ ଘର ।

୩. ୪୦x୨୫ ଫୁଟର ଜାଗା ନେଇପାରିବେ । ଶ୍ରୀମନ୍ଦିରଠାରୁ ୨ କିମି ଅଞ୍ଚଳ ମଧ୍ୟରେ ମିଳିବ ଜାଗା ।

ଜାଗା ବା ଘର ପାଇବା ଯାଏଁ ମିଳିବ ମାସିକ ୧୦ହଜାର ଟଙ୍କା ଘରଭଡା ।

ଦୋକାନ ଗୃହ ଅଧିଗ୍ରହଣ ପାଇଁ ସହାୟତା ଘୋଷଣା । କ୍ଷତି ଦୋକାନ ଗୃହ ପାଇଁ ୨ ପ୍ରକାର ସହାୟତା ଘୋଷଣା । ଦୁି ପ୍ରକାର ସହାୟତାରୁ କ୍ଷତିଗ୍ରସ୍ତଙ୍କୁ ଗୋଟିଏ ବାଛିବାକୁ ହେବ ।

୧.କ୍ଷତି ଦୋକାନ ଗୃହ ପାଇଁ ନେଇପାରିବେ ମାସିକ ଭଡା ।

୨. ଜିଲ୍ଲାପାଳଙ୍କ ସହାୟତାରେ ନିମ୍ରିତ ଦୋକାନ ଘର ନେଇପାରିବେ ।

୩.ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ଏକକାଳୀନ ୩୦ ହଜାର ।

କ୍ଷତିଗ୍ରସ୍ତ ଲଜ୍ ମାଲିକଙ୍କୁ ମିଳିବ ସହାୟତା । ୩୦୦୦ ବର୍ଗଫୁଟ୍ ଅଧିକ ଅଞ୍ଚଳର ଲଜ୍ ପାଇଁ ମିଳିବ ୧୦ଲକ୍ଷ । ୩୦୦୦ ବର୍ଗଫୁଟ୍ କମ୍ ଅଞ୍ଚଳର ଲଜ୍ ପାଇଁ ମିଳିବ ୫ଲକ୍ଷ ।ଏହାସହ ୧୮ମାସ ଯାଏଁ ମିଳିବ ବର୍ଗଫୁଟ ପିଛା ୨୫ଟଙ୍କା ।

ପୁରୀରେ ଶ୍ରୀମନ୍ଦିରଠାରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ ଓ ଶ୍ରୀକ୍ଷେତ୍ରର ନବକଳେବର ପାଇଁ ପୁରା ଦମରେ ଲାଗିପଡିଛି ପୁରୀ ଜିଲ୍ଲା ପ୍ରଶାସନ । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ମେଘନାଦ ପାଚେରୀର ଚାରିପାଖରେ ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ଉଚ୍ଛେଦ କରାଯାଉଥିବା ମଠ ଓ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ ।

{"id":152131}
{"id":152132}
{"id":152133}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.