କେନ୍ଦ୍ରାପଡା ଶ୍ରୀ ବଳଦେବ ଜୀଉ ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 17, 2019 IST

କେନ୍ଦ୍ରାପଡା୧୭|୬; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଗସ୍ତ କରି ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି | ଏଥି ସହ କେନ୍ଦ୍ରାପଡା ବଳଦେବ ଜୀଉଙ୍କ ମନ୍ଦିରର ଉନ୍ନତି ପାଇଁ ୨କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ମାଉସୀମା ମନ୍ଦିର ନିକଟରେ ଥିବା ଅସ୍ଥାୟୀ ହେଲିପ୍ଯାଡ଼୍ ରେ ପହଂଚି ଥିଲେ | ସେଠାରୁ କାର ଯୋଗେ ମୁଖ୍ୟମନ୍ତ୍ରୀ ବଳଦେବଜୀଉ ଙ୍କ ମନ୍ଦିରରେ ପହଂଚି ଥିଲେ |

{"id":124187}

ପରେ ସ୍ନାନ ମଣ୍ଡପକୁ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ | ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା | ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ଶତାଧିକା ଦଳୀୟ କର୍ମୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭିଡ କରିଥିବା ଦେଖିବାକୁ ମିଳିଥିଲା | 

{"id":124188}

ଦଳର ବହୁ ବିଧାୟକ ଓ ବରିଷ୍ଟ ବିଜେଡି ନେତା ମଧ୍ୟ ମୁଖମନ୍ତ୍ରୀ ଙ୍କ ମନ୍ଦିର ଦର୍ଶନ ସମୟରେ ଉପସ୍ଥିତ ଥିଲେ | ସଂଜୟ ଦାସ ବର୍ମା, ସୁବାସ ସିଂ, ପ୍ରତାପ ଦେବ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ସିଂହ, ଅତନୁ ସବ୍ୟସାଚୀ ନାୟକ, ସାଂସଦ ଅନୁଭବ ମହାନ୍ତି, ଧୃବ ଚରଣ ସାହୁ, ଦିବ୍ୟ ଶଙ୍କର ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ |

{"id":124189}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.