Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗରିବଙ୍କୁ ରନ୍ଧା ଖାଦ୍ୟ, ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ୩ହଜାର ଟଙ୍କା : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା

28/03/2020 at 3:48 PM

ଭୁବନେଶ୍ୱର ୨୮।୦୩: ସାରାରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା  କରିଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ବଂୟ ସହାୟକ ଗୋଷ୍ଠୀ ଗୁଡ଼ିକ ସହାୟତାରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ଲୋକମାନେ ଘରକୁ  ମଧ୍ୟ ନେଇପାରିବେ ରନ୍ଧା ଖାଦ୍ୟ । ସେହିପରି ୧୧୪ଟି ଅର୍ବାନ୍ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡର (ରାସ୍ତାକଡ ଦୋକାନୀ)  ଏହାଦ୍ବାରା ଉପକୃତ ହୋଇ ପାରିବେ ।ମୁଖ୍ୟମନ୍ତ୍ରୀ ଏହି ଘୋଷଣା ସହ କରୋନା ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଗତକାଲି ୨୨ଶହ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କରୋନା ସଚେତନତା ଅଭିଯାନକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଛନ୍ତି । ସଂକ୍ରମଣ ରୋକିବାକୁ ସାମଜିକ ଦୂରତା ବଜାର ରଖିବା ସହ ସତର୍କ ଓ ସାବଧାନତା ଉପରେ ଜୋର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ,  ‘ଘରେ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ ଓ କରୋନାକୁ ହରାନ୍ତୁ’ ।

   Related Posts