Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ପଞ୍ଜାବରେ ହାଇଆଲର୍ଟ ଜାରି : ISI ସମର୍ଥିତ ୪ ଆତଙ୍କବାଦୀ ଗିରଫ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି

15/09/2021 at 9:47 PM

ଚଣ୍ଡିଗଡ ୧୫/୦୯ : ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଜାରିକରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ । ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟରେ ହାଇ ଆଲର୍ଟ ଜାରିକରିବାକୁ ଆଦେଶ ଦେଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ମାସରେ ଆଇଡି ବିସ୍ଫୋରଣ କରି ଏକ ତେଲ ଟ୍ୟାଙ୍କର ଉଡାଇବାକୁ ଯୋଜନା କରିଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ସମର୍ଥିତ ଆତଙ୍କବାଦୀ ମଡ୍ୟୁଲ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ପରେ ହାଇଆଲର୍ଟ ଜାରି କରାଯାଇଛି ।

ମିଳିଥିବା ତଥ୍ୟ ଅନୁସାରେ, ଅମୃତସର ପୋଲିସ ବୁଧବାର ରାଜ୍ୟରେ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଉଛି । ଏମାନେ ସମସ୍ତେ ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଗାଁର ବାସିନ୍ଦା । ତେବେ ଆତଙ୍କବାଦ ମଡ୍ୟୁଲ ସମ୍ପର୍କରେ ଅଧିକାରିକ ଭାବେ କୌଣସି ବିବୃତ୍ତି ଦିଆଯାଇନାହିଁ ।

ଗତ କିଛି ମାସ ଧରି ପାକିସ୍ତାନ କ୍ରମାଗତ ଭାବେ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛି । ପାକିସ୍ତାନ ପ୍ରାୟତଃ ଆଇଏସଆଇ ସହାୟତାରେ ସୀମା ପାରକରି ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ୍ ପଠାଇବାକୁ ପ୍ରୟାସ ଜାରିରଖିଛି । ଏଥିପାଇଁ ଡ୍ରୋନର ସାହାଯ୍ୟ ନେଉଛି ପାକିସ୍ତାନ । ଭାରତ ମଧ୍ୟ ପାକିସ୍ତାନୀ ଡ୍ରୋନକୁ ଅନେକ ଥର ଗୁଳି କରି ଖସାଇଛି । ଏହି ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପୂର୍ବରୁ ଗତ ଅଗଷ୍ଟରେ ଅମୃତସରର ଏକ ଗାଁ ରୁ ଟିଫିନ୍ ବୋମା ସହିତ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା ।

   Related Posts