୧୬୩ କୋଟି ଟଙ୍କାର ଡ୍ରଗ୍ସରେ ନିଜେ ନିଆଁ ଲଗାଇଲେ ମୁଖ୍ୟମନ୍ତ୍ରୀ, ଜିରୋ ଟୋଲେରାନ୍ସର ଦେଲେ ସନ୍ଦେଶ

Published By : Prameya-News7 Bureau | July 18, 2021 IST

ଗୌହ୍ଵାଟୀ ୧୮।୦୭: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଶନିବାର ଓ ରବିବାର ଚାରୋଟି ଅଲଗା ଅଲଗା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ସେ ଅବୈଧ ଡ୍ରଗ୍ସ ବିରୋଧରେ ଜିରୋ ଟୋଲେରାନ୍ସର ସନ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ନିଶା କାରବାର ବିରୋଧରେ ଜୋରଦାର  ଧରପଗଡ ଚାଲିଛି। ନିକଟ କିଛି ଦିନରେ ୧୬୩ କୋଟି ଟଙ୍କାର ଡ୍ରଗ୍ସ ରାଜ୍ୟରେ ଜବତ ହୋଇଛି। ଅବୈଧ କାରବାର ବିରୋଧରେ ରାଜ୍ୟର ବିଜେପି ସରକାର ବଡ ଧରଣର ଅଭିଯାନ ଚଳାଇଛି।

ରବିବାର ମୁଖ୍ୟମନ୍ତ୍ରୀ ୧୬୩ କୋଟି ଟଙ୍କାର ସମସ୍ତ ଜବତ ହିରୋଇନ, ଭାଙ୍ଗ, ଅଫିମ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ ଗୋଲି, କ୍ରିଷ୍ଟଲ ମେଥାମଫେଟାମାଇନ ଆଦି ନିଶା ସାମଗ୍ରୀ ଜଳାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଜବତ ନିଶା ସାମଗ୍ରୀର ମାତ୍ରା କେବଳ ୧୦ ପ୍ରତିଶତ, ତେବେ ଆସାମରେ ପୂରା ଅବୈଧ ଡ୍ରଗ୍ସର କାରବାର ବାର୍ଷିକ ୫୦୦୦ କୋଟି ଟଙ୍କାର ହେବ।

ବିରୋଧୀ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି, ପୋଲିସ ଡ୍ରଗ୍ସ ଡିଲରଙ୍କ ବିରୋଧରେ ନିଜର ଅଭିଯାନକୁ ନେଇ ଖୁସି  ଅଛି। କିଛି ଲୋକ କହୁଛନ୍ତି, ପୋଲିସକୁ ଏହି ସବୁ ଧନ୍ଦା କରୁଥିବା ଲୋକଙ୍କୁ ଗିରଫ ନକରି ଗୁଳି କରିଦେବା ଉଚିତ୍। କିନ୍ତୁ ଆମେ ଏମିତି କରି ପାରିବୁ ନାହିଁ। ଆଇନର ପରିଧିରେ ରହି ନିଜ କର୍ତ୍ତବ୍ୟର ପାଳନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.