ଉପକାରୀ ଲବଙ୍ଗ, ରକ୍ତରେ ଶର୍କରା ମାତ୍ରାକୁ ସ୍ଥିର ରଖିବା ସହ ଦୂର କରେ ଅନେକ ସମସ୍ୟା
9/03/2020 at 7:41 PM

ନୂଆଦିଲ୍ଲୀ, ୦୯|୦୩: ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଓ ଜଙ୍କ୍ ଫୁଡ୍ ଖାଇବା ଦ୍ୱାରା ଅନେକ ରୋଗ ମାଡି ଆସିଥାଏ। ତେବେ ଏହି ସମସ୍ତ ରୋଗରୁ ବର୍ତ୍ତିବା ପାଇଁ ପ୍ରତିଦିନ ଲବଙ୍ଗ ଖାଇବା ଉଚିତ। ଲବଙ୍ଗ ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଲବଙ୍ଗରେ ଥିବା ଜିଙ୍କ୍, କପର ଓ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ଯୋଗୁଁ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଦିନିକ ସକାଳେ ୫ରୁ ୬ଟି ଲବଙ୍ଗ ଖାଇବା ଆବଶ୍ୟକ।

କେବଳ ଏତିକି ନୁହେଁ ଲବଙ୍ଗକୁ ପାଣିରେ ପକାଇ ସେହି ପାଣିକୁ ଛାଣି ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସ୍ଥିର ରହିଥାଏ। ଏହା ଦାନ୍ତକୁ ମଧ୍ୟ ମଜବୁତ କରିଥାଏ। ଦାନ୍ତମୂଳ ଓ ମାଢିରେ ହେଉଥିବା କଷ୍ଟକୁ ପ୍ରତିଦିନ ଲବଙ୍ଗ ଖାଇବା ଦ୍ୱାରା ଦୂର କରିହେବ।
ଏହା ବ୍ୟତୀତ ଲବଙ୍ଗରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରପୁର ହୋଇ ରହିଥାଏ। ଥଣ୍ଡା, ଜର ଓ କାଶ ଭଳି ବାଇରାଲ ଇନଫେକ୍ସନରୁ ଏହା ଆମ ଶରୀରକୁ ରକ୍ଷା କରିଥାଏ। ଥମ୍ଡାରେ ନାକ ବନ୍ଦ ହେଲେ ପାଣିରେ ଲବଙ୍ଗ ଫୁଟାଇ ଏହାର ବାଷ୍ପକୁ ଆଘ୍ରାଣ କଲେ ନାକ ବନ୍ଦ ଠିକ ହୋଇଯାଏ। ଏହା ଗ୍ୟାସ, ବଦହଜମୀ ଓ ଅନ୍ୟ ପେଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।