Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

2/06/2018 at 6:44 AM

ଉତ୍ତରାଖଣ୍ଡରେ ପୁଣି ପ୍ରକୃତି କରାଳ ରୂପ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଡେରାଡୁନ ସମେତ ଉତ୍ତରକାଶୀ, ଟିହରି ସମେତ କିଛି ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି । ଏହା ସହ ପ୍ରବଳ ବେଗରେ ପବନ ବହୁଛି । ବର୍ଷା ହେଉଥିବା ସ୍ଥାନରେ ଏନ୍ ଡିଆରଏଫ୍ ନିୟୋଜିତ ଅଛନ୍ତି । ବଦ୍ରିନାଥ ଓ ଗୋବିନ୍ଦା ଘାଟିରେ ଅଟକି ରହିଥିବା ଗାଡ଼ିକୁ ରୁଷିକେଶ ଅଭିମୁଖେ ପଠାଯାଉଛି। ଏହା ଛଡା ବଦ୍ରିନାଥ ଓ ହେମକୁଣ୍ଡ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ଜୋଶିମଠରେ ଅଟକାଇ ଦିଆଯାଇଛି। ତେବେ ଉତ୍ତରାଖଣ୍ଡରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୨୦୧୩ ଜୁନରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ପ୍ରାୟ ସାଢେ ୪ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

Leave a Reply

   Related Posts