ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟିବାରୁ ଅନେକ କ୍ଷୟକ୍ଷତି: ବିଏସଏଫ, ସିଆରପିଏଫ କ୍ୟାମ୍ପ କ୍ଷତିଗ୍ରସ୍ତ

Published By : Prameya-News7 Bureau | July 28, 2021 IST

ଅମରନାଥ ୨୮/୦୭ : ଜାମ୍ମୁ କାଶ୍ମୀରର କିସ୍ତୱାଡ ପରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଛି। ବୁଧବାର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା ଯୋଗୁଁ ପ୍ରବଳ ବର୍ଷା ହୋଇଛି ଏବଂ ଅନେକ କ୍ଷୟକ୍ଷତି ହୋଇଛି। ବିଏସଏଫ, ସିଆରପିଏଫ ଏବଂ ଜାମ୍ମୁ ପୋଲିସ କ୍ୟାମ୍ପରେ ନାନା କ୍ଷୟକ୍ଷତି ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନହାନି ଘଟିନାହିଁ। SDRF ର ଦୁଇଟି ଟିମ୍ ପୂର୍ବରୁ ସେଠାରେ ଉପସ୍ଥିତ ଅଛନ୍ତି। ଉଦ୍ଧାର ଓ ରିଲିଫ ପାଇଁ ଗାନ୍ଦରବଲରୁ ଆଉ ଏକ ଦଳ ପଠାଯାଇଛି।

{"id":487263,"sizeSlug":"large","linkDestination":"none"}

ଏହାପୂର୍ବରୁ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଘର, ଫସଲ ଏବଂ ଏକ ଛୋଟ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ବୁଧବାର ସକାଳ ୪.୩୦ ସମୟରେ ଜାମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଏକ ସୁଦୂର ଗାଁରେ ବାଦଲ ଫଟିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି। ପାର୍ବତ୍ୟ ରାଜ୍ୟରେ ଅଚାନକ ଆସିଥିବା ବନ୍ୟା ଯୋଗୁଁ ୯ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ନିଖୋଜ ଅଛନ୍ତି।

wp:html https://twitter.com/ANI/status/1420366852451016714 /wp:html

କିସ୍ତୱାଡ ଜିଲ୍ଲାରେ ବାଦଲ ଫାଟିବା ଯୋଗୁଁ ପ୍ରାଣ ହରାଇବା ଲୋକଙ୍କ ପ୍ରତି ଶୋକ ବ୍ୟକ୍ତ କରି ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଅନେକଙ୍କ ଜୀବନ ହାନି ଯୋଗୁଁ ସେ ଗଭୀର ଦୁଃଖିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କେନ୍ଦ୍ର କିସ୍ତୱାଡ ସ୍ଥିତି ଉପରେ ଲଗାତାର ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.