ପାକିସ୍ତାନ ନିଲମ ଘାଟୀରେ ବାଦଲ ଫଟା ବର୍ଷା, ୨୩ ମୃତ ଅନେକ ନିଖୋଜ

Published By : Prameya-News7 Bureau | July 15, 2019 IST

ଇସ୍ଲାମାବାଦ:  ପାକ୍ ଅଧିକୃତ କାଶ୍ମୀରର ନିଲମ ଘାଟୀରେ ବାଦଲଫଟା ବର୍ଷା ଯୋଗୁ ସମଗ୍ର ଉପତ୍ୟାକା ପ୍ରଭାବିତ ହୋଇଛି। ପାହାଡରେ ବାଦଲ ବାଡେଇ ହେବା ଯୋଗୁ ଅଚାନକ ବନ୍ୟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଉପତ୍ୟାକାର ଲସବା ଅଞ୍ଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା କହିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ନିର୍ଦ୍ଦେଶକ ସୟଦ ଅଲ-ରହେମାନ କ୍ୟୁରେସୀ।

{"id":133956}

ବାଦଲ ଫାଟିବା ସହ ଲଗାତାର ବର୍ଷା ଯୋଗୁ ଉପତ୍ୟାକାରେ ବନ୍ୟା ଆସିଥିବା ବେଳେ ଅନେକ ଘର ଭାସିଯାଇଛି। ଏଥିପାଇଁ ପର୍ବତମାଳାରେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଥିବା କହିଛନ୍ତି କ୍ୟୁରେସୀ। ଏଥିରେ ଲାସବାମୁଖ୍ୟ ବଜାର ସମେତ ୨ଟି ମସଜିଦ୍ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନେକ ମହିଳା ଓ ଶିଶୁ ନିଖୋଜ ଥିବା ନିର୍ଦ୍ଦେଶକ କହିଛନ୍ତି। ଫଳରେ ଘାଟିକୁ ଯୋଗାଯୋଗ ପ୍ରଭାବିତ ହୋଇଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା ମଧ୍ୟ ଠପ ହୋଇଯାଇଛି।

{"id":133957}

ପାହାଡିଆ ଅଞ୍ଚଳରେ ବାଦଲ ଫଟା ବର୍ଷା ସାଧାରଣ ଘଟଣା। ପାହାଡରେ ବାଦଲ ବଡେଇ ହୋଇ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରେ। ଫଳରେ ପାହାଡରେ ଥିବା ଘରଦ୍ୱାର, ଦୋକାନ,ବଜାର ଓ ରାସ୍ତାଘାଟକୁ ପାହାଡରୁ ପ୍ରବଳ ବେଗରେ ଖସୁଥିବା ପାଣି ଭସେଇ ନେଇଥାଏ। ତେବେ ଅଞ୍ଚଳ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଉଥିବାଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.