ସାବିତ୍ରୀ ଅମାବାସ୍ୟା ପାଇଁ ପଛପଟୁ ଖୋଲିଥିଲେ ବସ୍ତ୍ରାଳୟ, ପହଞ୍ଚିଗଲା ପ୍ରଶାସନ, ଦୋକାନ ସିଲ୍‌

Published By : Prameya-News7 Bureau | June 08, 2021 IST

ବାଲିପାଟଣା, ୦୮/୦୬: ସୋମବାର ଦିନ ବାଲିପାଟଣା ତହସିଲ୍‌ ଅଧିନ ଅଠାନ୍ତର ବଜାରରେ ଦୁଇଟି ବସ୍ତ୍ରାଳୟ ସିଲ୍‌ କରିବା ସହ ଏକ ବସ୍ତ୍ରାଳୟରୁ ଦୁଇ ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲେ ତହସିଲ୍ କର୍ମଚାରୀ । ପୁନର୍ବାର ଆଜି ( ମଙ୍ଗଳବାର ଦିନ) କରୋନା କଟକଣାକୁ ନ ମାନି ମା ତାରିଣୀ ବସ୍ତ୍ରାଳୟ ଦୋକାନ ଭିତରେ ବେପାର ଜମାଉଥିଲେ ।

{"id":463233,"sizeSlug":"large","linkDestination":"none"}

ଖବର ପାଇ ବାଲିପାଟଣା ଆଡିସିନାଲ୍ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ପହଁଞ୍ଚି ଉକ୍ତ ବସ୍ତ୍ରାଳୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଛନ୍ତି । ସାବିତ୍ରୀ ଏବଂ ରଜ ପର୍ବ ଥିବାରୁ ଗ୍ରାହକମାନେ ଲୁଗାପଟା କିଣିବା ପାଇଁ ବ୍ୟାକୁଳ ହେଉଛନ୍ତି । ଯେଉଁଥିପାଇଁ ବସ୍ତ୍ରାଳୟ ମାନେ ଏହି ସୁଯୋଗକୁ ହାତଛଡା କରୁନାହାନ୍ତି ।

{"id":463235,"sizeSlug":"large","linkDestination":"none"}

କରୋନା ମହାମାରୀ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ମୃତ୍ୟୁ ସଂଖ୍ୟା ଦିନକୁ ୪୦ ପାର କରୁଛି । କରୋନା ଚେନ୍ ଛିଣ୍ଡାଇବା ପାଇଁ ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ମାତ୍ର କିଛି ଅମାନିଆ କଟକଣ ମାନୁନାହାନ୍ତି । ଯଦି ବସ୍ତ୍ରାଳୟମାନେ କଟକଣା ନ ମାନନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.